ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ କରି ପରେ କ୍ଷମା ମାଗିଲେ ବିଦେଶିନୀ

ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ କରି ପରେ କ୍ଷମା ମାଗିଲେ ବିଦେଶିନୀ

ଭୁବନେଶ୍ୱର : ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଛନ୍ତି ବିଦେଶିନୀ। ବିଦେଶିନୀ ଜଣକ ଏକ ଭିଡିଓ ଶେୟାର କରି ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ଅନ୍ୟପକ୍ଷେ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରାଯାଇଥିବା ନେଇ ଷ୍ଟୁଡିଓ ମାଲିକଙ୍କ ନାମରେ କେତେଜଣ ସାମାଜିକ କର୍ମୀ ଏତଲା ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଥାନାରେ ଏତଲା ପରେ ଷ୍ଟୁଡିଓ ମାଲିକ ରକି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କ୍ଷମାପ୍ରାଥନା କରିଛନ୍ତି। ଟାଟୁ କରିବା ମୋର ବହୁତ ବଡ଼ ଭୁଲ ହୋଇଗଲା। ଏଥିପାଇଁ ମୁଁ ସମସ୍ତଙ୍କୁ ସରି ବୋଲି କହିଛନ୍ତି। ରିବବାର ଜଣେ ବିଦେଶିନୀ ଷ୍ଟୁଡିଓକୁ ଆସି ଜଗନ୍ନାଥଙ୍କ ଟାଟୁ କରାଇଥିଲେ। ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ଷ୍ଟୁଡିଓ ମାଲିକ ରକି କହିଛନ୍ତି। ପୋଲିସ ଏତଲାକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ, ଶହୀଦନଗରରେ ଥିବା ରକିଙ୍କ ଷ୍ଟୁଡିଓ ପକ୍ଷରୁ ଜଣେ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରାଯିବା ସହ ଉକ୍ତ ଫଟୋକୁ ଇନ୍‌ଷ୍ଟାଗ୍ରାମ ଓ ହ୍ବାଟସ୍‌ ଆପ୍‌ରେ ଶେୟାର କରାଯାଇଥିଲା। ଏହାପରେ ଘଟଣା ପଦାକୁ ଆସିଥିଲା। ଏହା ହିନ୍ଦୁ ଧର୍ମୀୟ ଭାବନାରେ କୁଠାରାଘାତ ସହ ଜଗନ୍ନାଥଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି।