ରୋହିତ ଶର୍ମାଙ୍କୁ ଟାର୍ଗେଟ ପରେ କଂଗ୍ରେସ ନେତ୍ରୀଙ୍କ ୟୁ ଟର୍ଣ୍ଣ

ରୋହିତ ଶର୍ମାଙ୍କୁ ଟାର୍ଗେଟ ପରେ କଂଗ୍ରେସ ନେତ୍ରୀଙ୍କ ୟୁ ଟର୍ଣ୍ଣ

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି୨୦୨୫ରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛି । ଟି-୨୦ ବିଶ୍ୱକପ୍ ଜିତିବା ପରେ ଏବେ ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ଟାଇଟଲ ଆଡ଼କୁ ଜୋରଦାର ଆଗେଇ ଚାଲିଛି । କ୍ରମାଗତ ୩ଟି ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଦଳର ନେତୃତ୍ୱ ଓ ଅଧିନାୟକ ରୋହିତଙ୍କୁ ପ୍ରଶଂସା କରାଯାଉଥିବା ବେଳେ କଂଗ୍ରେସ ନେତ୍ରୀ ଭାରତୀୟ ଅଧିନାୟକଙ୍କୁ ନେଇ ସମାଲୋଚନା କରିଛନ୍ତି । କଂଗ୍ରେସ ମୁଖପାତ୍ର ଡକ୍ଟର ଶାମା ମହମ୍ମଦ ରୋହିତଙ୍କୁ ମୋଟା ବୋଲି ବର୍ଣ୍ଣନା କରିବା ସହ ତାଙ୍କୁ ଭାରତୀୟ ଇତିହାସର ସବୁଠାରୁ ପ୍ରଭାବଶାଳୀ ଅଧିନାୟକ ବୋଲି କହିଛନ୍ତି । ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ମୁହାଁମୁହିଁ ହେବା ଦିନ ହିଁ କଂଗ୍ରେସ ନେତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି ।

କଂଗ୍ରେସ ମୁଖପାତ୍ର ତଥା ଦନ୍ତ ଚିକିତ୍ସକ ଡାକ୍ତର ଶମା ମହମ୍ମଦ ତାଙ୍କ 'ଏକ୍ସ' ଆକାଉଣ୍ଟରେ ରୋହିତଙ୍କୁ ଟ୍ୟାଗ୍ କରି  ପୋଷ୍ଟ କରି ଲେଖିଛନ୍ତି, ରୋହିତ ଶର୍ମା ଜଣେ ଖେଳାଳି ଭାବେ ମୋଟା। ରୋହିତ ଓଜନ ହ୍ରାସ କରିବା ଆବଶ୍ୟକ ,ଏବଂ ନିଶ୍ଚିତ ଭାବେ ଭାରତର ସବୁଠାରୁ ପ୍ରଭାବଶାଳୀ ଅଧିନାୟକ।ଖାଲି ଏତିକି ନୁହେଁ କଂଗ୍ରେସ ମୁଖପାତ୍ର ଅନ୍ୟ ଏକ ଏକ୍ସ ପୋଷ୍ଟ ସେୟାର କରି ରୋହିତ ଶର୍ମାଙ୍କୁ ଜଣେ ସାମାନ୍ୟ ଅଧିନାୟକ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ସମାଲୋଚନାର ଶିକାର ହେବା ପରେ ବୟାନ ଉପରେ ପର୍ଦ୍ଦା ପକାଇବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ନେତ୍ରୀ ।ସେ କହିଛନ୍ତି ଯେ ତାଙ୍କ ଉଦ୍ଦେଶ୍ୟ ରୋହିତଙ୍କ ଅପମାନ କରିବାର ନଥିଲା ବଂର ଏହା ଏକ ପରାମର୍ଶ ଥିଲା । ସେପଟେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି ।