ମୁଣ୍ଡବିନ୍ଧା ଦୂର ପାଇଁ ଧନିଆ ଚା’

ଧନିଆରେ ଭିଟାମିନ୍ ଏ, ସି, କେ ସହ ଅନେକ ପୋଷକତତ୍ତ୍ୱ ରହିଛି । କେହି କେବେ ଧନିଆ ପତ୍ରରୁ ପ୍ରସ୍ତୁତ ହର୍ବାଲ ଚା’ ପିଇନଥିବେ । ଆୟୁର୍ବେଦ ଏବଂ ଇରାନୀ ପରମ୍ପରାରେ ଧନିଆ ଚା’କୁ ମୁଣ୍ଡବିନ୍ଧା ଉପଚାର ପାଇଁ ବ୍ୟବହାର କରାଯାଉଛି । ଏହା ସ୍ୱାସ୍ଥ୍ୟବର୍ଦ୍ଧକ ଓ ଡାଏଟରେ ସାମିଲ କଲେ ଶରୀର ଫିଟ୍ ରହିଥାଏ । ଅଳ୍ପ ପାଣିରେ ଦୁଇ ଚାମଚ ଧନିଆ କିମ୍ବା ଛୋଟ ଛୋଟ କଟା ଧନିଆ ପତ୍ରକୁ ପ୍ରାୟ ଦୁଇ ମିନିଟ୍ ଫୁଟାଇବା ପରେ ଏହାକୁ ଛାଣି କରି ଧଣିଆ ଚା’ କରିପାରିବେ । ଧନିଆ ଚା’ରେ ଆଣ୍ଟି ଇମଫ୍ଲେମେଟରୀ ଗୁଣ ଥିବାରୁ ଏହା ପେଟ ଜନିତ ସମସ୍ୟା ଦୂର କରିଥାଏ । ଏହାକୁ ନିୟମିତ ପିଇବା ଦ୍ୱାରା ଗ୍ୟାସ୍ ଏବଂ ପେଟ ଫୁଲା ସମସ୍ୟାକୁ କମ୍ କରିଥାଏ । ଯେଉଁମାନେ ପାଚନ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ସେମାନେ ପ୍ରତିଦିନ ସକାଳୁ ଏକ କପ୍ ଧନିଆ ଚା’ ପିଇପାରିବେ ।
ଭାରତର ଶତାଧିକ ଲୋକଙ୍କର ମାଇଗ୍ରେନ୍ ତଥା ମୁଣ୍ଡ ବିନ୍ଧା ସମସ୍ୟା ରହିଛି । ଏହି କାରଣରୁ ଅନେକ ଜଣ ବାନ୍ତି କରନ୍ତି । ତେଣୁ ମାଇଗ୍ରେନ୍ ଯନ୍ତ୍ରଣାକୁ ଦୂର କରିବାକୁ ଧନିଆ ଚା' ପିଇବା ଫଳପ୍ରଦ । କେବଳ ସେତିକି ନୁହେଁ, ଓଜନ ନିୟନ୍ତ୍ରଣ ପାଇଁ ଏହା ସବୁଠୁ ଭଲ ମହୌଷଧୀ । ତେଣୁ ପ୍ରତିଦିନ ଧନିଆ ଚା'ପିଇବା ଦ୍ୱାରା ନିଦ୍ରାହୀନତା ସମସ୍ୟା ରୁହେ ନାହିଁ ।