ଏ ବର୍ଷ ନବଯୌବନ ଦର୍ଶନ ବନ୍ଦ
rathayatra

ଭୁବନେଶ୍ୱର : ଏବର୍ଷ ନବଯୌବନ ଦର୍ଶନ ବନ୍ଦ ରହିବ । ଅର୍ଥାତ୍ ପୂର୍ବ ବର୍ଷ ଭଳି ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିହେବନାହିଁ । ପହଣ୍ଡି ଟିକେଟ ବ୍ୟବସ୍ଥା ବନ୍ଦ କରାଯିବା ସହ ଶ୍ରୀମନ୍ଦିରକୁ ମଧ୍ୟ ଭକ୍ତମାନେ ଯାଇପାରିବେ ନାହିଁ । ୧୯୭୧ ପରେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡୁଛି । ଠିକ ସମୟରେ ନୀତି ନିର୍ଘଣ୍ଟ ପାଇଁ ଭିଡ଼ ଏଡ଼ାଇବାକୁ ଏଭଳି ପଦକ୍ଷେପ ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ନୀତି ସବକମିଟି ଓ ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତିନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଥିଲା । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନୀତିନିର୍ଘଣ୍ଟ ଉପରେ ମୋହର ମଧ୍ୟ ଲାଗିଛି ।