ଚା’-କଫି ନ ପିଇଲେ ସ୍ବାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼େ ?

ଚା’-କଫି ନ ପିଇଲେ ସ୍ବାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼େ ?

ସକାଳର ଆରମ୍ଭ  ଚା’।  ଚା’ ନ ପିଇଲେ ସକାଳଟା ଯେମିତି ମାନ୍ଦା ମାନ୍ଦା ଲାଗେ । ବେଳେବେଳେ ଚା’ର ମାତ୍ରା ଜୀବନରେ ଏତେ ଅଧିକ ହୋଇଯାଏ ଯେ ଅଖା ଧୋଉଥିବ ଗୁଣ ଗାଉଥିବ ଭଳି ସମସ୍ୟା ଉପୁଜେ । ଚା’ରେ ଥିବା କେଫିନ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଡାକ୍ତର ମଧ୍ୟ ଉପଦେଶ ଦିଅନ୍ତି । କିନ୍ତୁ ଚା’ଅଭ୍ୟାସରେ ପଡ଼ିଥିବା ଲୋକ ଦୈନିକ ୧୦ ରୁ ୧୫ ଥର ଚା’ ନ ପିଇଲେ ତାଙ୍କ ମନ ଶାନ୍ତି ହୁଏନାହିଁ ।  ଏହି ଅଭ୍ୟାସ ମଣିଷର ସ୍ବାସ୍ଥ୍ୟ ପାଇଁ କେତେ ଠିକ୍? ଚା ଏବଂ କଫି ଶରୀର ପାଇଁ ଭଲ , ଯଦି ଏହାକୁ ସଠିକ୍ ଉପାୟରେ ତିଆରି କରାଯାଏ ଏବଂ ସୀମିତ ପରିମାଣରେ ପିଆଯାଏ । କିନ୍ତୁ ଯଦି ଆପଣ ଏହାକୁ ଆବଶ୍ୟକତାଠାରୁ ଅଧିକ ପିଅନ୍ତି କିମ୍ବା ଭୁଲ ଉପାୟରେ ତିଆରି କରନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ  

ଚା କିମ୍ବା କଫି ଅଧିକ ପିଇବାର କ୍ଷତି ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ଉଭୟରେ କେଫିନ୍ ଥାଏ, ତେଣୁ ଏହାକୁ ଅଧିକ ପିଇବା, ବିଶେଷ କରି ରାତିରେ ପିଇବା ଦ୍ୱାରା ଶୋଇବାରେ ଅସୁବିଧା ହୋଇପାରେ । ଯାହାଦ୍ୱାରା ହଜମ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ । ଏସିଡ୍ ରିଫ୍ଲକ୍ସ ଭଳି ସମସ୍ୟା ହୋଇପାରେ । ଏପରି ପରିସ୍ଥିତିରେ, କେବେ ଭାବିଛନ୍ତି କି ଯଦି ଆପଣ ପ୍ରତିଦିନ ଚା କିମ୍ବା କଫି ଯାହା ବି ପିଉଛନ୍ତି, ତାହାକୁ ଯଦି ମାସେ ପାଇଁ ନ ପିଅନ୍ତି, ତେବେ ଶରୀରରେ କେଉଁ ପ୍ରକାର ପରିବର୍ତ୍ତନ ଦେଖାଯାଇପାରେ ?  ଏନେଇ କ’ଣ କୁହନ୍ତି ଏକ୍ସପର୍ଟ , ଆସନ୍ତୁ ଜାଣିବା

ଯଦି ମାସେ ଧରି ଚା’ କିମ୍ବା କଫି ପିଇବା ଛାଡୁଛନ୍ତି ତାହେଲେ ଏହାଦ୍ବାରା ଏସିଡିଟି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । କେଫିନ୍ ଥିବା ଚା’ ଏବଂ କଫିକୁ ସଂନ୍ଧ୍ୟା ସମୟରେ ପିଇଲେ ରାତ୍ରି ନିଦରେ ସମସ୍ୟା ଦେଖିବାକୁ ମିଳେ । ଯଦି ମାସେ ପର୍ଯ୍ୟନ୍ତ ଆପଣ ଏହି ଅଭ୍ୟାସରୁ ଦୂରେଇ ରହୁଛନ୍ତି ତାହେଲେ ନିଦ୍ରାରେ ସୁଧାର ଦେଖିବାକୁ ମିଳିବ । ଏକ୍ସପର୍ଟଙ୍କ କହିବାନୁସାରେ ଯେଉଁ ଲୋକଙ୍କ କ୍ଷେତ୍ରରେ ଏନଜାଇଟି, ଚିଡଚିଡାପଣ ଦେଖିବାକୁ ମିଳେ ସେମାନେ ମାସେ ପର୍ଯ୍ୟନ୍ତ ଚା-କଫି ନ ପିଇଲେ ଏ ସମସ୍ୟାରୁ ମୁକ୍ତି ମିଳେ । ଯେଉଁ ଲୋକଙ୍କ କ୍ଷେତ୍ରରେ ଚା-କଫି ପିଇବା କାରଣରୁ ବ୍ଲଡ୍ ପ୍ରେସର ଅଧିକ ରହିଥାଏ ସେମାନେ ମାସେ ପର୍ଯ୍ୟନ୍ତ ଏହି ଅଭ୍ୟାସରୁ ଦୂରେଇ ରହିଲେ ବିପି ନର୍ମାଲ୍ ରହିଥାଏ । ଏହାଛଡ଼ା ଅଧିକ ଚା’-କଫି ପିଇଲେ ନ୍ୟୁରୋଟ୍ରାନ୍ସମିଟର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ  । ତେଣୁ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ମାସେ ପର୍ଯ୍ୟନ୍ତ ଚା’-କଫିରୁ ଦୂରେଇ ରୁହନ୍ତୁ , ଖୁସିରେ ରୁହନ୍ତୁ ।