ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ ନଡ୍ଡା

ଭୁବନେଶ୍ୱର: ସିଧା ପୁରୀରୁ ଆସି ଭୁବନେଶ୍ୱରେ ପହଞ୍ଚିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ସେ ଗୁରୁବାର ସାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ପରେ ଭାଜପା ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।
ପରେ ୨୮ ତାରିଖ ଅର୍ଥାତ ଶୁକ୍ରବାର ପ୍ରଥମଥର ପାଇଁ ପୁରୀରେ ଆୟୋଜନ ହେଉଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ସେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଅଧ୍ୟକ୍ଷ ଦୁଇଦିନଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଭୁବନେଶ୍ୱରରେ ପହଞ୍ଚିବା ପରେ ସେ କୋଣାର୍କ ଯାଇ ରାତ୍ରିଯାପନ କରିଥିଲେ। ଶୁକ୍ରବାର ନଡ୍ଡା ପୁରୀରେ ହେବାକୁ ଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଭୁବନେଶ୍ୱର ଫେରି ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଆଲୋଚନାରେ ଭାଜପା ରାଜ୍ୟ ସଭାପତି ଚୟନ ନେଇ ହେବକି?
ପୁଣି ମନମୋହନଙ୍କ ଉପରେ ଆସ୍ଥାପ୍ରକଟ କରିବ କି ଭାଜପା। ପଦ୍ମ ଘୁଞ୍ଚିଘୁଞ୍ଚି ଗଲାପରି ଭାଜପା ସଭାପତି ନା ଘୋଷଣାରେ ବିଳମ୍ବ ହେଉଛି। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଉ କାହାକୁ ଦାୟିତ୍ୱ ଦେବେ ନା ପୁଣି ସଭାପତି ହେବେ ମନମୋହନ, ଛିଣ୍ଡୁନି ଅଙ୍କ। ଅନ୍ୟ କାହା ମୁଣ୍ଡରେ ଢ଼ାଳିବେ କି ସୁନା କଳସ। ରାଜ୍ୟ ସଭାପତି ଚୟନ ନେଇ କେଉଁ ସମୀକରଣ କାମ କରିବ ତାକୁ ନେଇ ରାଜନେତିକ ସମୀକ୍ଷକ ମଧ୍ୟ ଆକଳନ କରି ପାରୁନାହାନ୍ତି। BJP ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ରାଜ୍ୟ ନେତୃବୃନ୍ଦଙ୍କ ସହ ସଭାପତି ଚୟନ ନେଇ ଆଲୋଚନା କରିସାରିଛନ୍ତି।ସେପଟେ ସଭାପତି ରେସରେ ମନମୋହନଙ୍କ ସହିତ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ସାରଦା ଶତପଥୀଙ୍କ ନାଁ ଆଗରେ ରହିଛି। ତେବେ ୧୫ ମାର୍ଚ୍ଚ ପୂର୍ବରୁ ସଭାପତି ର୍ନିବାଚନ ଶେଷ ହେବ ବୋଲି କୁହାଯାଉଛି।