ଧରାପୃଷ୍ଠରେ ଅବତରଣ କଲେ ଦୁର୍ଗତିନାଶିନୀ ମା’ଦୁର୍ଗା

ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଶାରଦୀୟ ପାର୍ବଣର ମହକ । ଏହିକ୍ରମରେ ଆନନ୍ଦପୁର ବଡଦାଣ୍ଡରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ଏବଂ ଭାଇଚାରା ମଧ୍ୟରେ ପାଳିତ ହୋଇଯାଇଛି । ଆଜି ହେଉଛି ନବରାତ୍ର ପୂଜାର ସପ୍ତମ ଦିନ । ଆଜି ମା’କାଳୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏପଟେ ମଣ୍ଡପ ମାନଙ୍କରେ ସୁନ୍ଦର ଆଖି ଲେଖିଗଲା ଭଳି ମା’ଙ୍କ ଚେହେରା ସାଙ୍ଗଙ୍କୁ ଆକର୍ଷଣୀୟ ମେଢ଼ । ଆଲୋକ ମାଳାରେ ଝଲସି ଉଠୁଛି ବଡଦାଣ୍ଡ । ଏପଟେ ଖିଲି ଖିଲି ହସି କାଶତଣ୍ଡୀ ଫୁଲ ମା’ଙ୍କୁ ସ୍ୱାଗତ କରୁଛି । ଆଜି ପ୍ରତୁ୍ୟଷରୁ ଯଜମାନ ଅଜୟ ମହାପାତ୍ର ବ୍ରାହ୍ମଣ, ବାରିକ, ବାଜାବାଲାଙ୍କ ଗହଣରେ ବୈତରଣୀ ନଦୀର ଡଙ୍ଗାଘାଟରେ ପୂଜାର୍ଚ୍ଚନା କରି କଳସରେ ପବିତ୍ର ଜଳ ଅଣାଯାଇ ମଣ୍ଡପ ଶକ୍ତିପୀଠରେ ସ୍ଥାପନା କରାଯାଥିଲା । ପରେ ମା’ଙ୍କୁ ଆବାହନ କରାଯାଇଥିଲା । ଅଜୟ ମହାପାତ୍ର ଏବଂ ପନôୀ ନିରୁପମା ମହାପାତ୍ର ଯଜମାନ ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଅଜିତ ମିଶ୍ର, ବିଶ୍ୱନାଥ ମିଶ୍ର, ବିଭୁତି ପତି, ସନାତନ ପାଢ଼ୀ, ବଦ୍ୟାଧର ପତି ପ୍ରମୁଖ ପୂଜାକାର୍ଯ୍ୟ ନିର୍ବାହ କରୁଛନ୍ତି । ସେହିପରି ଉମେଶ ଚନ୍ଦ୍ର ପାଢ଼ୀ, ଘନଶ୍ୟାମ ସାହୁ, ସୁଦୁରି ବାରିକ, ବୁବୁ ରାମ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି । ସେହିପରି ସଭାପତି ରବୀନ୍ଦ୍ର ସାଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାରେ ପାଳିତ ହେଉଥିବା ମା’ଙ୍କ ପୂଜାକୁ ଉପସଭାପତି ରାମଚନ୍ଦ୍ର ସାହୁ, ପ୍ରଶାନ୍ତ ମିଶ୍ର, ଦୁର୍ଗା ଚରଣ ଦଳେଇ, ସମ୍ପାଦକ ଅସିତ ନାଏକ, ସହ ସମ୍ପାଦକ ଦେବେନ୍ଦ୍ର ଖୁଣ୍ଟିଆ, ପରମେଶ୍ୱର ରାମ, କୋଷାଧକ୍ଷ ଅଶୋକ ସାହୁ, ସନ୍ଦୀପ ରାଉତଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ଶୃଙ୍ଖଳିତ ଭାବେ ପୂଜା କାର୍ଯ୍ୟକୁ ଆଗେଇ ନେଉଥିବା ଦେଖିବାକୁ ମିଳିଛି ।