ରାସ୍ତା କଡରେ ବିପଦପୂର୍ଣ୍ଣ ଶୁଖିଲା ଗଛ
ବିଞ୍ଝାରପୁର : ଅଦିନିଆ କାଳ ବୈଶାଖୀ ସାଙ୍ଗକୁ ରାସ୍ତା କଡ଼ରେ ରହିଛି ବିପପୂର୍ଣ୍ଣ ମଲା ଶୁଖିଲା ବଡବଡ ଗଛ । ବିପଦପୁରା ଆଖି ସାମ୍ନାରେ ଉଙ୍କି ମାରୁଛି । ଦୃଶ୍ୟଟି ହେଉଛି ଯାଜପୁର-ସିଂହପୁର ମୁଖ୍ୟ ରାସ୍ତାର ଅରେଇରୁ ମଇଁନ୍ଦା ମଧ୍ୟରେ । ପ୍ରତିଦିନ ହଜାର ହଜାର ଯାନବାହାନ ସହ ଚଳପ୍ରଚଳ ଓ ଗହଳି ପୂର୍ଣ୍ଣ ରହିଥାଏ ଏହି ରାସ୍ତାଟି । ବର୍ତମାନ ସମୟରେ ହେଉଥିବା କାଳବୈଶାଖୀର ପ୍ରଭାବରେ କେତେ ବେଳେ ଏହି ଶୁଖିଲା ଗଛ ଯେ କେଉଁ ଗାଡ଼ିକି ମଣିଷ ଉପରେ ପଡ଼ିଯିବ ତାହା କହିବି କହିପାରିବେ ନାହିଁ । ସମସ୍ତଙ୍କ ନଜର ସମେତ ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ଯାଉଥିଲେ ବି ନା ଅଧିକାରୀଙ୍କ ନଜରରେ ଆସୁଛି ନା ବନ ବିଭାଗର । ତେବେ ଏହି ବିପଦପୂର୍ଣ୍ଣ ଗଛକୁ କଟାଯାଇ ସମ୍ପୂର୍ଣ୍ଣ ଭାବେ ରାସ୍ତାଟିକୁ ବିପଦ ମୁକ୍ତ କରାଯିବା ପାଇଁ ଅଞ୍ଚଳବାସିଙ୍କ ସମେତ ପ୍ରତ୍ୟେକ ଦିନ ଯା ଆଶ କରୁଥିବା ବ୍ୟକ୍ତି ଦାବି କରିଛନ୍ତି ।