ଉପଖଣ୍ଡ ଚିକିତ୍ସାଳୟ ବୁଲିଲେ କାୟାକଳ୍ପ ଟିମ୍

 ଚମ୍ପୁଆ : ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ କାୟାକଳ୍ପ ଟିମ୍ ପରିଦର୍ଶନ କରିବା ସହ ଆନୁଶାଙ୍ଗିକ ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି । ଟିମ୍ରେ ଡ. ଡିଏସ୍ ଅରବିନ୍ଦ, ଡ. ଅଶିତ ମହାନ୍ତି ଓ ଡ. ରୁଦ୍ର ଦାସ ୩ ଜଣିଆ ମେମ୍ବର ଚମ୍ପୁଆ ମେଡିକାଲ ପରିଦର୍ଶନ କରିବା ସହିତ ପରିବେଶ, ସ୍ୱଚ୍ଛତା, ପରିଚ୍ଛନତା, ରୋଷେଇ, ଡାକ୍ତରୀ ସେବା ଆଦି ଅନୁଧ୍ୟାନ କରିବା ସହିତ ଏହି ଚିକିତ୍ସାଳୟର ଉନ୍ନତି ପାଇଁ ମତପ୍ରଦାନ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡ. ଉମାକାନ୍ତ ସାହୁ କାୟାକଳ୍ପ ଟିମ୍କୁ ଡାକ୍ତରଖାନାର ବିଭିନ୍ନ ୟୁନିଟ ବୁଲାଇବା ସହିତ ସେବା ସମ୍ବନ୍ଧରେ ଅବଗତ କରାଇଥିଲେ । ବିଶେଷ ଭାବରେ ଏହି ଟିମ୍ ରୋଗୀ ସେବା, ଡାକ୍ତରଖାନାର ପରିବେଶ, ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହିତ ଡାକ୍ତର ଖାନାରେ ବ୍ୟବହାର କରାଯାଉଥିବା ଔଷଧ ପତ୍ର ଆଦି ଅନୁଧ୍ୟାନ କରିଥିଲେ । ଏପରିକି ରୋଷେଇ ଘର ବୁଲିବା ସହିତ ରୋଷେଆକୁ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଉପରେ ପଚାରି ବୁଝିବା ସହିତ ୩ ମାସରେ ଥରେ ରୋଷେଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଷେଇ ଘରର ଆନୁଶାଙ୍ଗିକ ପରୀବର୍ତନ ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟରେ ଲାଗି ରହିଥିବା ଡାକ୍ତର ସମସ୍ୟା ଏବଂ ସେବା ପାଇଁ ଜରୁରୀ ସମସ୍ୟା ସମ୍ବନ୍ଧରେ ଏହି ଟିମ୍ ଗଣମାଧ୍ୟମ ସହ ଆଲୋଚନା କରିବା ସହିତ ଉପରିସ୍ଥ ଅଧିକାରୀଙ୍କୁ ସମସ୍ୟା ସମ୍ବନ୍ଧରେ ଅବଗତ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।