କେନ୍ଦୁଝରରେ ଚାଲିବ ବିଦୁ୍ୟତ୍ ଚାଳିତ ବସ୍

 କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରଶାସନ, କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ସହିତ ମିଳିତ ଭାବରେ, ଜିଲ୍ଲାର ସହରାଞ୍ଚଳରେ ଗମନାଗମନ ସୁବିଧାକୁ ଆହୁରି ବୃଦ୍ଧି କରିବା ପାଇଁ ପରିବେଶ ଅନୁକୂଳ ଏକ ବୈଦୁ୍ୟତିକ ବସ ସେବା ଆରମ୍ଭ କରିବାକୁ ଯାଉଛି । ଏହି ସେବାକୁ ଆଗାମୀ ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା କରାଯାଇଛି, ଯାହା ଓଡ଼ିଶା ସରକାରଙ୍କ ‘ବିକଶିତ ଓଡ଼ିଶା' ଦୃଷ୍ଟିକୋଣ ଅଧୀନରେ ସବୁଜ ପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପଦକ୍ଷେପର ଏକ ଅଂଶ ଭାବରେ, ବୈଦୁ୍ୟତିକ ବସ୍ ସେବାକୁ ଜିଲ୍ଲାରେ ସଫଳ କରିବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ଆବଶ୍ୟକୀୟ ଭିତ୍ତିଭୂମି ଗୁଡିକର ବିକାଶ କରାଯିବ, ଯାହାର ପ୍ରମୁଖ ହବ୍ କେନ୍ଦୁଝର ଏବଂ ବଡବିଲ ମୁ୍ୟନିସିପାଲିଟି ବସଷ୍ଟାଣ୍ଡରେ ଅବସ୍ଥିତ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଅଧୀନରେ, ପ୍ରାୟ ୩୦ଟି ବୈଦୁ୍ୟତିକ ବସ୍ କ୍ରୟ ପାଇଁ ଯୋଜନା କରାଯାଇଛି ଏବଂ ଏହା ନିମ୍ନଲିଖିତ ପାଞ୍ଚଟି ପ୍ରମୁଖ ସ୍ଥାନ ମଧ୍ୟରେ ଚଳାଚଳ କରିବ ଧରଣୀଧର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ - ବ?ବର୍ତ୍ତାପୋଷୀ, ସାନଘାଘରା ପାର୍କ-ଚକ ଡ୍ୟାମ୍, ଧରଣୀଧର ବିଶ୍ୱବିଦ୍ୟାଳୟ- ଜିଲ୍ଲା ମୁଖ୍ୟ ଚିକିସôାଳୟ, କେନ୍ଦୁଝର ବସ୍ ଷ୍ଟାଣ୍ଡ-ବୋଦାପଳସା ବସ୍ ଷ୍ଟପ, କେନ୍ଦୁଝର ବସ୍ ଷ୍ଟାଣ୍ଡ-ଝୁମ୍ପୁରା ବସ୍ ଷ୍ଟାଣ୍ଡ । ପ୍ରଥମ ପର୍ଯ୍ୟାୟର ସଫଳ କାର୍ଯ୍ୟାନ୍ୱୟନ ପରେ, ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଏହି ସେବାକୁ ଅନ୍ୟ ପ୍ରମୁଖ ସ୍ଥାନ ଗୁଡିକ ପର୍ଯ୍ୟନ୍ତ ବିସ୍ତାରିତ କରାଯିବ ।