ତେଜୁଛି ପରିବହନ ବିବାଦ : କମ୍ପାନୀ ପ୍ରତାରଣାର ଶିକାର ଟ୍ରକ୍ ମାଲିକ

ଚମ୍ପୁଆ : ଆଞ୍ଚଳିକ ଟ୍ରକ ମାଲିକ ସଂଘ ପକ୍ଷରୁ ପରିବହନ ବିବାଦରେ ଜେଏସପିଏଲର ଟାଳଟୁଳା ନୀତିକୁ ବିରୋଧ କରି ଆସନ୍ତା ୧୨ ତାରିଖରୁ ସଂଘ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସଡ଼କ ପଥରେ ୪୦ ପ୍ରତିଶତ ଖଣିଜ ପରିବହନ ପାଇଁ ଆଞ୍ଚଳିକ ଟ୍ରକ ମାଲିକ ସଂଘ ପକ୍ଷରୁ ଗତ ଡିସେମ୍ବର ୧୫ରେ ଏକ ଦାବିପତ୍ର ଜେଏସପିଏଲ ଓ ଜେଏସଡବ୍ଲୁ୍ୟକୁ ଦିଆଯାଇଥିଲା । ୨୦୨୫ ଜାନୁଆରୀ ୧୧ ତାରିଖ ମଧ୍ୟରେ ଏ ସମସ୍ୟାର ସମାଧାନ କରିବାକୁ କମ୍ପାନୀ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । କିନ୍ତୁ କମ୍ପାନୀର କୁମ୍ଭକର୍ଣ୍ଣ ନିଦ୍ରା ଏ ପର୍ଯ୍ୟନ୍ତ ଭାଙ୍ଗିନାହିଁ । ଯାହା ଫଳରେ ଟ୍ରକ ମାଲିକଙ୍କ ସମସ୍ୟା ଅନ୍ଧକାର ମଧ୍ୟକୁ ଠେଲି ହେଇଯାଇଛି । ସେମାନଙ୍କ ପ୍ରମୁଖ ଦାବି ମଧ୍ୟରେ ଭଡ଼ା ପ୍ରଦାନରେ ଟାଳ ଟୁଳା ନିତି ଯୋଗୁଁ ଏବେ ଟ୍ରକ ମାଲିକ ମାନେ ହରଡ଼ ଘୋଣାରେ । ସମୟସୀମା ପୁରିବାକୁ ଯାଉଥିବାରୁ ସେମାନେ ଜାନୁଆରୀ ୧୨ ତାରିଖରୁ ଜିନ୍ଦଲ ଗେଟ  ବାହାରକୁ କୌଣସି ଜିନିଷ ପରିବହନକୁ ସମ୍ପୁର୍ଣ୍ଣ ଠପ କରିବାକୁ ନିଷ୍ପତି ନେଇଛନ୍ତି । ସେମାନଙ୍କର କହିବା କଥା ସଡ଼କ ପଥରେ ୪୦ ପ୍ରତିଶତ ପରିବହନ ସହ ରେଳ ଯୋଗେ ପାଇପ ଓ ଟ୍ରଲର ମାଧ୍ୟମରେ ବାକି ୬୦ ପ୍ରତିଶତ ପରିବହନ କରାଯାଉ । କିନ୍ତୁ କ୍ରମାଗତ ଭାବେ କମ୍ପାନୀ ପ୍ରତାରଣର ଶିକାର ହେଉଥିବା ହଜାର ହଜାର ଟ୍ରକ ମାଲିକଙ୍କ ସହ ଏହି ପରିବହନ ବ୍ୟବସାୟରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଯୋଡିତ ଥିବା ବ୍ୟବସାୟ ଓ ସେମାନଙ୍କ ପରିବାର ବର୍ଗ ଜୀବନ କାଟୁଛନ୍ତି । ଏ ନେଇ ମାଲିକମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏ ନେଇ ସଂଘ ଜିଲ୍ଲାପାଳ, ଏସ୍ପି, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଟ୍ରକ ମାଲି ସଂଘ ପକ୍ଷରୁ ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।