ଆରଏସ୍ଏସର ଜିଲ୍ଲାସ୍ତରୀୟ ସମାବେଶ
କେନ୍ଦୁଝର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କେନ୍ଦୁଝର ଜିଲ୍ଲା ପକ୍ଷରୁ ସଂଘର ସତବର୍ଷିକୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମାବେଶ କେନ୍ଦୁଝର ସହରର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟର ଅଧକ୍ଷ ମହେନ୍ଦ୍ର କୁମାର ନାୟକ ଓ ମୁଖ୍ୟବକ୍ତା ଭାବେ ସଂଘର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ, ଜିଲ୍ଲା ସଂଘ ଚାଳକ ଭାଗିରଥି ପୃଷ୍ଟି, ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ମହାନ୍ତ ଉପସ୍ଥିତ ରହି ସଂଘର ଶତବାର୍ଷିକୀ ଉଦେ୍ଦଶ୍ୟରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ସମାଜରେ ପଞ୍ଚ ପରିବର୍ତ୍ତନ ପାଇଁ ଜାଗରଣ ସୃଷ୍ଟି କରିବା ନିମନ୍ତେ ସ୍ୱୟଂସେବକ ଓ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଜିଲ୍ଲାର ୧୭ ଗୋଟି ଖଣ୍ଡ ଏବଂ ନଗରରୁ ୧୨ ସହରୁ ଉଦ୍ଧ୍ୱର୍ ସ୍ୱୟଂସେବକ ଉପସ୍ଥିତ ରହି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସହରର ତିନୋଟି ମାର୍ଗରୁ ପଥ ସଞ୍ଚଳନ ଆରମ୍ଭ ହୋଇ ନଗର ପରିକ୍ରମା କରି ଷ୍ଟାଡିଅମଠାରେ ପହଞ୍ଚôଥିଲା । ଏହି ପଥ ସଞ୍ଚଳନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ସହରବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡ଼ଃ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ତଥା ଜିଲ୍ଲାର ବିଭିନ୍ନ ସଂଗଠନର ନେତୃବର୍ଗମାନେ ଉପସ୍ଥିତ ଥିଲେ ।