ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ଆର୍ ଅଶ୍ୱିନ୍ ଅନ୍ତର୍ଜାତୀୟ କ୍ରିକେଟକୁ କହିଲେ ଅଲବିଦା

ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ତର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଛନ୍ତି । କ୍ରିକେଟର ସବୁ ଫର୍ମାଟରୁ ବିଦାୟ ନେଇଛନ୍ତି ଅଶ୍ୱିନ୍ । ଏନେଇ ରୋହିତ ଶର୍ମାଙ୍କ ସହ ପ୍ରେସମିଟ୍ ଜରିଆରେ ଘୋଷଣା କଲେ ଅଶ୍ୱିନ । ଡିସେମ୍ବର ୬ରେ ଆଡିଲେଡରେ ଖେଳାଯିବାକୁ ଥିବା ଟେଷ୍ଟ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ବୋଲି ସେ ଘୋଷଣା କରିଛନ୍ତି । ୨୦୧୧ ନଭେମ୍ବରରେ ୱେଷ୍ଟଇଣ୍ତିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଆର୍ ଅଶ୍ୱିନ୍ । ସେ ମୋଟ ୧୦୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ମୋଟ ୫୩୭ଟି ୱିକେଟ ନେଇଛନ୍ତି । ୧୧୬ ଦିନିକିଆରେ ୧୫୬ଟି ୱିକେଟ ନେଇଛନ୍ତି ଅଶ୍ୱିନ୍ । ଟି-ଟ୍ୱେଣ୍ଟିରେ ୬୫ଟି ମ୍ୟାଚରୁ ୭୨ଟି ୱିକେଟ ନେଇଛନ୍ତି । ୩ଟି ଫର୍ମାଟରେ ମୋଟ ୭୬୫ଟି ୱିକେଟ ନେଇଛନ୍ତି ଅଶ୍ୱିନ୍ ।