ଉତ୍କର୍ଷ ଓଡିଶା କନକ୍ଲେଭ : ୧୪୫ ଏମଓୟୁ ସ୍ବାକ୍ଷର

ଉତ୍କର୍ଷ ଓଡିଶା କନକ୍ଲେଭ : ୧୪୫ ଏମଓୟୁ ସ୍ବାକ୍ଷର

ଭୁବନେଶ୍ବର : ଦୁଇ ଦିନିଆ ଉତ୍କର୍ଷ ଓଡିଶା କନକ୍ଲେଭ-୨୦୨୫  ଶେଷ ହୋଇଛି।  ଏଥିରେ  ରାଜ୍ୟ ସରକାରଙ୍କ ଆଶା ଠାରୁ ଅଧିକ ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି। ୧୪୫ଟି ଏମଓୟୁ ସ୍ବାକ୍ଷର ହୋଇଛି। ସେହିପରି  ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ମହାକୁମ୍ଭରୁ ମିଳିଛି ।  ଏହାଦ୍ବାରା ରାଜ୍ୟରେ ପ୍ରାୟ ୯ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।    ରାଜ୍ୟ ସରକାର ଶିଳ୍ପ ମହାକୁମ୍ଭରେ ଶହେ ଏମଓୟୁ ସ୍ବାକ୍ଷର ସହ ୫ ଲକ୍ଷ କୋଟି ନିବେଶର ଟାର୍ଗେଟ ରଖିଥିଲେ। କିନ୍ତୁ  ଆଶାଠୁ ବହୁ ଅଧିକ ପୁଞ୍ଜିନିବେଶ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ୪ଲକ୍ଷ ୩୩ହଜାର କୋଟିର ପୁଞ୍ଜି ନିବେଶ ପାଇଁ ହୋଇଛି ଏମଓୟୁ । ମହାନଦୀ କୋଲ୍ ଫିଲଡ୍,  ଏନଏଲସି, ଆଇଓସିଏଲ,ଏଚପିସିଆର୍, ଓଏନଜିସି ତ୍ରିପୁରା, ଆରଇସି ଆଦି କମ୍ପାନୀ ସହ ରାଜ୍ୟ ସରକାର ଏମଓୟୁ କରିଛନ୍ତି । ୬/୭ ମାସ ମଧ୍ୟରେ ଏହି ସବୁ ପ୍ରକଳ୍ପ କାର୍ୟ୍ୟ ଆରମ୍ଭ ହୋଇଯିବ । କୃଷି ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପରେ ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କ ସହ ରାଜ୍ୟ ସରକାର ୧ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ପାଇଁ ଏମଓୟୁ କରିଛନ୍ତି । ଏଥିପାଇଁ ୧୭ଟି ସଂସ୍ଥା ସହ ବୁଝାମଣା ହୋଇଛି ।  ଏହି ସମ୍ମିଳନୀରେ ୧୬ଟି ଦେଶର ପ୍ରତିନିଧି ସାମିଲ  ହୋଇଥିଲେ।