ବାଦ୍ ପଡ଼ିଲେନି ବିଜେଡି କର୍ପୋରେଟରଙ୍କ ପତ୍ନୀ, ସୋସିଆଲ ମିଡିଆରେ ସୁଭଦ୍ରା ଆବେଦନପତ୍ର ଭାଇରାଲ

ବିଜେଡି ନେତ୍ରୀଙ୍କ ସୁଭଦ୍ରା ଲୋଭ । ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ଭୁବନେଶ୍ୱର ୪୩ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଭରତ କୁମାର ଲେଙ୍କାଙ୍କ ପତ୍ନୀ ସାସ୍ୱତୀ ଲେଙ୍କା  ।  ବଡ଼କଥା ହେଉଛି ନିଜ ୱାର୍ଡ ଛାଡି ୪୫ ନମ୍ବର ୱାର୍ଡରେ ସେ ଆବେଦନ କରିଥିବା ଅଭିଯୋଗ ହୋଇଛି  । SU-3117-01257 ସାସ୍ୱତୀଙ୍କ ସୁଭଦ୍ରା ପାଇଁ ଆବେଦନ ନମ୍ବର ହୋଇଥିବା ସ୍କ୍ରିନ ସଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି  । କୌଣସି ଜନ ପ୍ରତିନିଧି କିମ୍ବା ଟଙ୍କା ପରିବାର ସୁଭଦ୍ରାରେ ସାମିଲ ହୋଇ ପାରିବେନି ବୋଲି ସରକାରୀ ନିୟମ ରହିଥିଲେ ମଧ୍ୟ ଅନ୍ୟ ୱାର୍ଡରୁ କାହିଁକି ଆବେଦନ କଲେ ତାକୁ ନେଇ ପ୍ରଶ୍ନ ଉଠିଛି  ।