ଫେରିଲେ ନାୟର
ନୂଆଦିଲ୍ଲୀ : ନିକଟରେ ଭାରତୀୟ ଦଳର ଆସିଷ୍ଟାଣ୍ଟ କୋଚ୍ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ନୂଆ ନିଯୁକ୍ତି ମିଳିଛି । ସେ ପୁଣି ଥରେ ଆଇପିଏଲ୍କୁ ଫେରିଛନ୍ତି । କୋଲ୍କାତା ନାଇଟ୍ ରାଇଡର୍ସରେ ସପୋର୍ଟ ଷ୍ଟାଫ୍ ଭାବେ ଯୋଗଦେଇଛନ୍ତି । ଏ ନେଇ କେକେଆର୍ ପକ୍ଷରୁ ଶନିବାର ଘୋଷଣା କରାଯାଇଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଦାୟିତ୍ୱ ଓ ପଦବୀ ସମ୍ପର୍କରେ କିଛି କୁହାଯାଇନାହିଁ । ତେବେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।
ମୁମ୍ବାଇର ପୂର୍ବତନ ଅଲରାଉଣ୍ଡର ଅଭିଷେକ ଗତ ସିଜନ ଯାଏ କୋଲକାତା ନାଇଟ ରାଇଡର୍ସ ସହ ଥିଲେ । ତେବେ ତାଙ୍କ ମାର୍ଗଦର୍ଶନରେ କୋଲକାତା ଏକ ଦଶନ୍ଧି ପରେ ଆଇପିଏଲ୍ ଟାଇଟଲ ଜିତିଥିଲା । ଏଥିସହିତ କେକେଆର୍ ଏକାଡେମୀରେ ଯୁବ ଖେଳାଳିଙ୍କ ଉନ୍ନତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଏବେ ତାଙ୍କ ପ୍ରତ୍ୟାବର୍ତ୍ତନ ସ୍ୱାଗତଯୋଗ୍ୟ ବୋଲି କେକେଆର୍ ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି ।
ଚଳିତ ସିଜନ ଦେଖିଲେ କୋଲକାତା ସଂଘର୍ଷ କରୁଥିବା ଦେଖାଯାଉଛି । ଏଯାବତ ୭ ମ୍ୟାଚ୍ରୁ ଦଳ ୩ରେ ବିଜେତା ହୋଇଛି । ଏଣୁ ନାୟାରଙ୍କ ପ୍ରତ୍ୟାବର୍ତ୍ତନ ଦଳର ଖେଳାଳିଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି ।