ସ୍ପିନର୍‌ଙ୍କୁ ଖେଳାଇବ ଟିମ୍‌ ଇଣ୍ଡିଆ: IND vs AUS

ସ୍ପିନର୍‌ଙ୍କୁ ଖେଳାଇବ ଟିମ୍‌ ଇଣ୍ଡିଆ: IND vs AUS

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯିବ । ଦୁବାଇରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ଟିମ୍ ଇଣ୍ଡିଆ ଏଯାଏଁ  ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଜିତିଛି । ଶେଷ ଗ୍ରୁପ୍ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲେ । ଏବେ  ଅଷ୍ଟ୍ରେଲିଆ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ତେବେ ଭାରତର ପ୍ଲେଇଂ ଇଲେଭେନ୍‌ କିଭଳି ରହିବ ତାହାକୁ ଆକଳନ ଆରମ୍ଭ ହୋଇଛି । ଦଳରେ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନ ପ୍ରାୟ ନିଶ୍ଚିତ ହୋଇସାରିଛି । 
ପ୍ରଥମ ଗ୍ରୁପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାଜିତ କରିଥିଲା । ଏହାପରେ  ଦଳ ପାକିସ୍ତାନ ଏବଂ ତାପରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା । ତିନୋଟି ମ୍ୟାଚ୍‌ରେ ଭାରତ ପାଇଁ ଶ୍ରେୟସ ଆୟର ସର୍ବାଧିକ ରନ୍ କରିଛନ୍ତି । ମିଡିଲ ଅର୍ଡର ବ୍ୟାଟର ଆୟର ୩ଟି ମ୍ୟାଚ୍‌ରେ ୧୫୦ ରନ୍ କରିଛନ୍ତି । ତେଣୁ ସେମିଫାଇନାଲ ପ୍ଲେଇଂ ଇଲେଭେନରେ ଆୟରଙ୍କ ସ୍ଥାନ ପ୍ରାୟ ନିଶ୍ଚିତ । ଶୁଭମନ ଗିଲ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ସେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ । ଗିଲ୍ ୩ଟି ମ୍ୟାଚ୍‌ରେ ୧୪୯ ରନ୍ କରିଛନ୍ତି ।

ବରୁଣ ଚକ୍ରବର୍ତ୍ତୀ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ପ୍ରମାଣିତ ହୋଇଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ୍ ନେଇଥିଲେ। ଚକ୍ରବର୍ତ୍ତୀ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିପାରିବେ । କୁଲଦୀପ ଯାଦବଙ୍କୁ ମଧ୍ୟ ପଡ଼ିଆରେ ଖେଳିବାର ସୁଯୋଗ ମିଳିପାରେ। ସେମିଫାଇନାଲରେ ଅଲରାଉଣ୍ଡର ଖେଳାଳି ରବିନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । 

ଅଷ୍ଟ୍ରେଲିଆକୁ ମଧ୍ୟ ଏଥର ତିନୋଟି ମ୍ୟାଚ୍ ଖେଳିବାକୁ ଥିଲା । କିନ୍ତୁ ବର୍ଷା ଯୋଗୁଁ ଦଳର ଦୁଇଟି ମ୍ୟାଚ୍ ବାତିଲ ହୋଇଥିଲା । ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିଥିଲା ଏବଂ ଜିତିଥିଲା । ଷ୍ଟିଭ୍ ସ୍ମିଥଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳ ପାଇଁ ଟ୍ରାଭିସ୍ ହେଡ୍ ଏବଂ ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ ଓପନିଂ କରିପାରନ୍ତି । ପ୍ଲେଇଂ ଇଲେଭେନରେ ଜୋଶ ଇଂଲିସଙ୍କ ସ୍ଥାନ ପ୍ରାୟ ନିଶ୍ଚିତ । ଆଡାମ ଜାମ୍ପା ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିପାରେ । 

ସମ୍ଭାବ୍ୟ ପ୍ଲେଇଂ ଇଲେଭେନ : ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି , ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୂଳଦୀପ ଯାଦବ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ ଅଷ୍ଟ୍ରେଲିଆ: ଟ୍ରାଭିସ୍ ହେଡ୍, ଜେକ୍ ଫ୍ରେଜର-ମ୍ୟାକଗର୍କ, ଷ୍ଟିଭ୍ ସ୍ମିଥ୍ (ୱିକେଟ୍), ମାର୍ନସ୍ ଲାବୁସାନ, ଜୋଶ୍ ଇଂଲିସ୍ (ୱିକେଟ୍କିପର), ଆଲେକ୍ସ କ୍ୟାରି, ଗ୍ଲେନ୍ ମ୍ୟାକ୍ସୱେଲ୍, ବେନ୍ ଡ୍ୱାରସିୟସ୍, ନାଥନ୍ ଏଲିସ୍, ଆଡାମ ଜାମ୍ପା, ସ୍ପେନ୍ସର ଜନସନ୍