ବୃଦ୍ଧି ହେବ ରାଜ୍ୟର ତାପମାତ୍ରା

ବୃଦ୍ଧି ହେବ ରାଜ୍ୟର ତାପମାତ୍ରା

ଭୁବନେଶ୍ବର: ଖରାଦିନ ଆରମ୍ଭ ହେବା ସହିତ ଓଡ଼ିଶା ଏବେ ତତଲା କଡ଼େଇ ପାଲଟିଛି। ମଙ୍ଗଳବାର ମାର୍ଚ୍ଚ ୨ରେ ରାଜ୍ୟର ୭ ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ଥିବାବେଳେ ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏପରି ହେଲେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିପାରେ ବୋଲି ପାଣିପାଗ ବିଭାଗ କହିଛି। ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ସରକାର ତଥା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ଜନସାଧାରଣଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି।