ନବ ଦମ୍ପତ୍ତିଙ୍କ କାରକୁ ପିଟିଲା ଟ୍ରକ୍
ଗୁଣୁପୁର ଥାନା ଅନ୍ତର୍ଗତ ଗୁଲୁମୁଣ୍ଡା ପାକା ନିକଟ ମୁଖ୍ୟ ରାସ୍ତା ଉପରେ ଇଟା ବୋଝେଇ ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ୩ ଗୁରୁତର ଭାବେ ଆହତ ହୋଇଛନ୍ତି । ରାସ୍ତା କଡରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଟ୍ରାକ୍ଟର । ଇଟା ଧରି ଗୁଲୁମୁଣ୍ଡା ପାକା ନିକଟ ଇଟା ଫ୍ୟାକ୍ଟ୍ରିରୁ ଇଟା ବୋଝେଇ କରି ଗୁଣୁପୁର ଅଭିମୁଖେ ଯାଉଥିଲା । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକଙ୍କ ସମେତ ୪ ଗୁରୁତର ରହିଥିବା ସୁଚନା ମିଳିଛି । ମୃତ ଶ୍ରମିକ ମାନେ ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ରହିଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି । ସମସ୍ତ ଶ୍ରମିକ ଗୁଣୁପୁର ବ୍ଲକ୍ ଅମ୍ପରା ଗାଁର ବୋଲି ସୁଚନା ମିଳିଛି ।