ପଞ୍ଚାୟତରେ ଖୋଲିବ ‘ଜନ ପୋଷଣ କେନ୍ଦ୍ର’

ପଞ୍ଚାୟତରେ ଖୋଲିବ ‘ଜନ ପୋଷଣ କେନ୍ଦ୍ର’

ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ- ଯୋଗାଣ ମନ୍ତ୍ରୀ କୃଷ୍ର ପାତ୍ର । ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି ଏବଂ ଲୁଣ । କମ୍ ଦାମରେ ଏସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିବାକାରଣରୁ ସାଧାରଣ ଖାଉଟି ଲାଭବାନ ହେବେ ବୋଲି ମନ୍ତ୍ରୀ ଆଶା ରଖିଥିବା କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି ସବୁିଧା ଉପଲବ୍ଧ କରାଯିବା ନେଇ କହିଛନ୍ତି ମନ୍ତ୍ରୀ ।