ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ପୁରୀ : ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ଅଞ୍ଚଳର ଚମାର ସାହିରେ ଜଣେ ବିବାହିତ ମହିଳାଙ୍କର ମୃତ ଶରୀର ଉଦ୍ଧାର କରିଛି ତାଳବଣିଆ ଥାନା ପୋଲିସ । ସଂପୃକ୍ତ ମହିଳାଙ୍କ ହତ୍ୟାକାରୀ ତାଙ୍କର ସ୍ୱାମୀ ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସ୍ୱାମୀ ସ୍ତ୍ରୀ କଳିରୁ ନୃଶଂସ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟାଜନିତ ମାମଲା ରୁଜୁ କରିବା ସହ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ପ୍ରକାଶ ଯେ ନାଗପାଟଣା ଗ୍ରାମର ମାମା ସ୍ୱାଇଁଙ୍କ କନ୍ୟା ସୌଦାମିନୀ ସିଦ୍ଧ ମହାବୀର ଚମାର ସାହିର ବାଦଲ ବେହେରାଙ୍କୁ ପ୍ରେମବିବାହ କରିଥିଲେ । ସୌଦାମିନୀ ପୁରୀର ଏକ ଘରୋଇ ଚିକିସôାଳୟରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିବା ବେଳେ ବାଦଲ ଜଗନ୍ନାଥ ମେଡ଼ିକାଲ କଲେଜରେ ସିକୁ୍ୟରିଟି ଭାବେ କାର୍ଯ୍ୟ କରୁଥିଲା । ୪ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଏକ ଶିଶୁ ପୁତ୍ର ଥିଲା । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ୪ମାସ ଧରି କଳହ ଲାଗି ରହିଥିଲା । ଶୁକ୍ରବାର ରାତିରେ ଏହା ତୀବ୍ର ରୂପ ନେଇଥିଲା । ବାଦଲ ତାର ପତ୍ନୀ ସୌଦାମିନୀକୁ ଏକ ଓଢଣୀରେ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା କରି ସ୍ୱାମୀ ବାଦଲ ତାଳବଣିଆ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚô ସୌଦାମିନୀର ଶବ ଜବତ କରିଛି ।