ଭୈରବ ମନ୍ଦିରରୁ ଚୋରି

 ବୋରିଗୁମ୍ମା: ବୋରିଗୁମ୍ମା ଅଞ୍ଚଳର ଆରାଧ୍ୟ ଦେବତା ଭୈରବ ମନ୍ଦିରରୁ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋରିଗୁମ୍ମା ଭୈରବ ମନ୍ଦିରର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରି ଠାକୁରଙ୍କ ରୁପା ମୁକୁଟ, କାନ ଫୁଲ, ଅଳଙ୍କାର ସମେତ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ପଇସା ନେଇ ଯାଇଥିଲେ । ଗୁରୁବାର ସକାଳୁ ମନ୍ଦିର ପୂଜକ ମନ୍ଦିର ହେମନ୍ତ ପୂଜାରୀ ପ୍ରତିଦିନ ଭଳି ଆଜି ମନ୍ଦିରକୁ ଆସି ଦେଖିଲା ବେଳକୁ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗିଯାଇଛି । ପୂଜକ ଭିତରକୁ ଯାଇ ଦେଖିବା ବେଳେ ହୁଣ୍ଡି ଭାଙ୍ଗି ଏଣେ ତେଣେ ପଡି ରହିଛି ଏବଂ ଠାକୁରଙ୍କ ଅଳଙ୍କାର ବାକ୍ସ ମଧ୍ୟ ଖୋଲା ପଡିଛି । ସଙ୍ଗେ ସଙ୍ଗେ ପୂଜକ ହେମନ୍ତ ମନ୍ଦିର କମିଟିକୁ ଖବର ଦେଇଥିଲେ । ପରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଆସି ପୁଲିସକୁ ଖବର ଦେଇଥିଲେ । ବୋରିଗୁମ୍ମା ପୋଲିସ ଭୈରବ ମନ୍ଦିରରେ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି । ପରେ କୋରାପୁଟରୁ ସାଇଣ୍ଟିଫିକ ଟିମ ମନ୍ଦିର ଯାଇ ତନାଘନା କରି ଫେରିଛନ୍ତି । ଏନେଇ ମନ୍ଦିରର ପୂଜକ ହେମନ୍ତ ପୂଜାରୀ ଥାନାରେ ଚୋରି ଘଟଣା ନେଇ ଲିଖିତ ଭାବେ ଜଣାଇଛନ୍ତି ବୋଲି ଥାନା ଆଇଆଇସି ଯୁଗଳ କିଶୋର ସା ସୂଚନା ଦେଇଛନ୍ତି ।