ବଳରାମ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଋଣ ବୃଦ୍ଧି: ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ‘ବଳରାମ’ ଯୋଜନାର ହିତାଧିକାରୀଙ୍କୁ ଦେଉଥିବା ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ରାଜ୍ୟରେ ଆତ୍ମହତ୍ୟା କରୁଥିବା ଅଧିକାଂଶ ଚାଷୀ ହେଲେ ଭାଗଚାଷୀ। ନିଜସ୍ବ ଜମି ପଟ୍ଟା ନଥିବାରୁ ସମବାୟ ସମିତି କିମ୍ବା ବ୍ୟାଙ୍କ ପକ୍ଷରୁ ଏମାନଙ୍କୁ କୃଷି ଋଣ ମିଳେ ନାହିଁ। ମହାଜନ କିମ୍ବା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ମାତ୍ରାଧିକ ସୁଧରେ ଋଣ ନେବାକୁ ସେମାନେ ବାଧ୍ୟ ହୁଅନ୍ତି ଏବଂ ପରିଶୋଧ କରିବାରେ ସବୁ ଅର୍ଥ ସରିଯାଏ। ଯେତେ ପରିଶ୍ରମ କଲେ ମଧ୍ୟ ସେମାନେ ଆର୍ଥିକସ୍ଥିତି ସୁଦୃଢ ହୋଇପାରେ ନାହିଁ। ଏହି ସ୍ଥିତିକୁ ଅନୁଧ୍ୟାନ କରି ୨୦୨୦ରେ ବଳରାମ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ଚାଷୀଙ୍କୁ ୧.୬ ଲକ୍ଷ ଟଙ୍କା ଋଣ ଦିଆଯିବା ନେଇ ଘୋଷଣା ହୋଇଥିଲା।