ନରସିଂହପୁରରେ ବୁଲୁଛି ବାଘ
ଭୁବନେଶ୍ଵର : ନରସିଂହପୁରରେ ବୁଲୁଛି ବାଘ। ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ସୁଳିଆବାଙ୍କ ନିକଟରେ ଏକ ବାଘ ବୁଲୁଥିବା ଭିଡିଓ ସାମ୍ନାକୁ ଆସିଛି। ବିଭିନ୍ନ ସ୍ଥାନରେ ବାଘର ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ସୂଚନାନୁଯାୟୀ, ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ସୁଳିଆବାଙ୍କ ନିକଟରେ ଏକ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ବାଘର ଭିଡିଓ ଭାଇରାଲ୍ ହେବାପରେ ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶିଛି। ଖବର ପାଇ ନରସିଂହପୁର ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନୀରିକ୍ଷଣ କରିଛନ୍ତି।