ଗୃହିଣୀଙ୍କ ପାଇଁ  ଟିପ୍ସ....

ଗୃହିଣୀଙ୍କ ପାଇଁ  ଟିପ୍ସ....

ଗୃହିଣୀଙ୍କ ପାଇଁ  ଟିପ୍ସ....
ଖରାଦିନ ଆସିଲା ମାତ୍ରେ ପନିପରିବା ଜଲଦି ନଷ୍ଟ ହୋଇଯାଏ । କିନ୍ତୁ କେତେକ ସାଧାରଣ ଉପାୟ ପାଳନ କରିବା ଦ୍ୱାରା ପନିପରିବା ସତେଜ ରହିପାରିବ । କିପରି ଜାଣନ୍ତୁ କେତୋଟି ଟିପ୍ସ....
ଓଦା ପରିବା ଫ୍ରିଜରେ ରଖନ୍ତୁ ନାହିଁ: ଯଦି ଆପଣ ବଜାରରୁ ପରିବା କିଣୁଛନ୍ତି ତାକୁ ଧୋଇ ସଙ୍ଗେ ସଙ୍ଗେ ଫ୍ରିଜରେ ରଖନ୍ତୁ ନାହିଁ । ଏହା ଭଲ ଭାବେ ଶୁଖିଗଲା ପରେ ତାକୁ ଫ୍ରିଜରେ ରଖନ୍ତୁ । ଓଦା ପନିପରିବା ଜଲଦି ଖରାପ ହୋଇଥାଏ । ଏହାକୁ ଟାୱେଲରେ ପୋଛି ରଖନ୍ତୁ ।
ଫ୍ରିଜର ସଠିକ ବ୍ୟବହାର : ଫ୍ରିଜର ତାପମାତ୍ରା ୧ରୁ ୪ ଡିଗ୍ରୀ ସେଲସିୟସ ମଧ୍ୟରେ ରଖନ୍ତୁ, ପନିପରିବା ରଖିବା ସମୟରେ ତାକୁ ଖୋଲା ଫାଙ୍କା ସ୍ଥାନରେ ରଖନ୍ତୁ ।
ପେପର ଟାୱେଲ: ପନିପରିବା ରଖିବା ସମୟରେ ପେପର ଟାୱେଲରେ ପନିପରିବା ଗୁଡ଼ାଇ ରଖନ୍ତୁ । ଏହାଦ୍ୱାରା ପନିପରିବାରେ ଲାଗିଥିବା ଓଦାପଣକୁ ଶୁଖାଇଦେବ । ଫଳରେ ପନିପରିବା ସତେଜ ରହିବ ।