ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ : ୨ ଏକ୍ସପ୍ରେସ ବାତିଲ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ର ୪ ବଗି ଲାଇନଚ୍ୟୁତ ହେବା ଫଳରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସେହି ରୁଟ୍ରେ ଯାଉଥିବା ରାୟପୁର-ଟିଟିଲାଗଡ଼ ଓ ଜୁନାଗଡ଼ ରୋଡ୍-ରାୟପୁର ଏକ୍ସପ୍ରେସ ବାତିଲ କରାଯାଇଛି।
ଗତ ବିଳମ୍ବିତ ରାତିରେ ଛତିଶଗଡ଼ ସ୍ଥିତ ରାୟପୁରରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଥିଲା।ଟ୍ରାକରୁ ୪ଟି ବଗି ଖସି ଯାଇଥିଲା। ଫଳରେ ସେହି ରୁଟ୍ରେ ଟ୍ରେନ ଚଳାଚଳା ପ୍ରଭାବିତ ହୋଇଥିଲା। ସକାଳେ ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ କାମ ଶେଷ କରିଥିଲେ।