ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଭୁବନେଶ୍ୱର: ପାର୍ଶଲ୍ ଆର୍ଡରେ ପଛକୁ ଆସୁଥିବା ବେଳେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ । ମାଲଗୋଦାମ ବସ୍ତିର ପାର୍କିଂରେ ଲାଇନଚ୍ୟୁତ ହୋଇ ରୋଡ୍‌ ଉପରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍‌ର ୩ ଟି ବଗି । ଦୁର୍ଘଟଣା ପରେ ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ଯାଏଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମାଲଗୋଦାମ ବସ୍ତିର ପାର୍କିଂରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 
ସୂଚନା ମୁତାବକ, ରାଉରକେଲା ମାଲଗୋଦାମ ବସ୍ତିର ପାର୍କିଂରେ ପାର୍ଶଲ୍ ଆର୍ଡରେ ପଛକୁ ଆସୁଥିଲା ମାଲବାହୀ ଟ୍ରେନ୍‌ । ଏହି ସମୟରେ ହଠାତ୍‌ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିଲା । ଫଳରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହୋଇ ରୋଡ ଉପରକୁ ମାଡ଼ି ଯାଇଥିଲା । ଏହି ଦୁର୍ଘଟଣା ପରେ ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ଯାଏଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।