କଟକ ଦଙ୍ଗାରେ ଗିରଫ ଅଭିଯୁକ୍ତଙ୍କୁ ଭେଟିଲେ ବିଜେପି ନେତା

ଟାଙ୍ଗୀ ଚୌଦ୍ୱାର : ଦଶହରା ଭଷାଣୀକୁ ନେଇ କଟକରେ ଉପୁଜିଥିବା ବିଶୃଙ୍ଖଳା ଏବେ ଶାନ୍ତ ପଡିଥିବା ବେଳେ ଏହି ଘଟଣାରେ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଥିବା ଅଭିଯୁକ୍ତ ମାନଙ୍କୁ ଚୌଦ୍ୱାର ସର୍କଲ ଜେଲରେ ଭେଟି ସେମାନଙ୍କ ମନୋବଳକୁ ବଢାଇବାକୁ ଉଦ୍ୟମ କରୁଥିବାର ଦେଖାଯାଇଛି । ପ୍ରକାଶ ଯେ ପୁଲିସ ଗୋଟିଏ ପକ୍ଷର ୨୨ ଜଣଙ୍କୁ ଓ ଅନ୍ୟ ପକ୍ଷର ୮ ଜଣଙ୍କୁ  ଗିରଫ କରି ଜେଲ ପଠାଇଥିଲେ, ଏହି ପରିପେକ୍ଷୀରେ ଏକ ନିଦ୍ଧିଷ୍ଟ ପକ୍ଷକୁ ସପୋର୍ଟ କରିବା ଅର୍ଥ ନିଜର ଭୂମିକାକୁ ସନ୍ଦେହ ପରିସରକୁ ଆଣୁଛି । ଆଜି ବିଜେପି କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ । ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ସଦର ବିଧାୟକ ପ୍ରକାଶ ସେଠି, ଲଲାଟେନ୍ଦୁ ବଡୁ ସମେତ ଅନ୍ୟ ନେତାମାନେ ପୂର୍ବାହ୍ନରେ ଅଭିଯୁକ୍ତମାନଙ୍କୁ ଜେଲରେ ସେମାନଙ୍କୁ ଦେଖାକରିଥିଲେ ଏହା ସହିତ ସେମାନେ ତାଙ୍କ ପରିବାର ସହିତ ଆଲୋଚନା କରିଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଆଗାମୀ କାଳୀ ଭସାଣି ଓ ବାଲିଯାତ୍ରା ଭାଇଚାରାରେ ହେବ ବୋଲି ପ୍ରକାଶ କରିଥିଲେ । ଏହି ମୁଲାକାତ ଘଟଣା ଜଣା ପଡିବା ପରେ ରାଜନୈତିକମହଲରେ ଚର୍ଚ୍ଚା ଜୋର ଧରିଛି ।