ଜେଲେନସ୍କିଙ୍କୁ କଡା ଭାଷାରେ ସମାଲୋଚନା କଲେ ଟ୍ରମ୍ପ

ଜେଲେନସ୍କିଙ୍କୁ କଡା ଭାଷାରେ ସମାଲୋଚନା  କଲେ ଟ୍ରମ୍ପ

ୟୁକ୍ରେନ୍ ଯେଉଁ ଆମେରିକା ଭରୋସାରେ ଯୁଦ୍ଧ ଲଢୁଥିଲା, ସେହି ଆମେରିକା ଆଜି ତାର ସାହୟତାର ହାତକୁ ଛଡାଇ ନେଇଛି । ପଛକୁ ହଟିଯାଇଛି ଆମେରିକା । ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ଯୁଦ୍ଧ ରୋକିବା ପାଇଁ ଋଷ ସହ ଆଲୋଚନା କରିବା ପାଇଁ ଚେତାବନୀ ଦେଇଛନ୍ତି ।  ଟ୍ରମ୍ପ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମାଲୋତନା କରି କହିଛନ୍ତି, ବିନା ନିର୍ବାଚନରେ ଜେଲେନସ୍କି ତାନାସାହ ସାଜିଛନ୍ତି । ଟ୍ରମ୍ପ ଟ୍ୱିଟ୍ କରି ଲେଖିଛନ୍ତି, ଏକ ମାମୁଲି କମେଡିଆନ୍ ବା ହାସ୍ୟଅଭିନେତା ଜେଲେନସ୍କି ଆମେରିକାକୁ ୩୫୦ ବିଲିୟନ୍ ଡଲାର୍ ଖର୍ଚ୍ଚ କରିବା କଥା କହୁଛି । ତାହା ବି ଏପରି ଏକ ଯୁଦ୍ଧ ପାଇଁ ଖର୍ଚ୍ଚ କରିବା ପାଇଁ କହୁଛି, ଯେଉଁ ଯୁଦ୍ଧ କେବେ ଯିତାଯାଇ ପାରିବନାହିଁ । ବଡ କଥା ହେଉଛି ଏହି ଯୁଦ୍ଧ କେବେ ଆରମ୍ଭ କରିବାର ନଥିଲା ।

ଟ୍ରମ୍ପ ଟ୍ୱିଟ୍ କରି ଆହୁରି କହିଛନ୍ତି କି, ଜେଲେନସ୍କି ନିର୍ବାଚନ ନକରି ତାନାସାହ ସାଜିଛନ୍ତି । ତାଙ୍କ ପାଇଁ ଭଲ ହେବ ଯୁଦ୍ଧ ବନ୍ଦ କରି ଆଗକୁ ବଢନ୍ତି ଜେଲେନସ୍କି । ନଚେତ୍ ତାଙ୍କ ସପକ୍ଷରେ ଗୋଟିଏ ବି ଦେଶ ରହିବେ ନାହିଁ । ଆମେ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଋଷ ସହ ଆଲୋଚନା କରିଛୁ । ପୂର୍ବରୁ ବାଇଡେନ୍ ସରକାର ଯୁଦ୍ଧ ରୋକିବା ପାଇଁ କୌଣସି ପ୍ରାକାର ଚେଷ୍ଟା କରିନଥିଲେ । ଏବେ ବି ସମୟ ଅଛି ଋଷ ସହ ଆଲୋଚନା କରି ଯୁଦ୍ଧକୁ ସମାପ୍ତ କରାଯାଉ ।  ସେପଟେ ଟ୍ରମ୍ପଙ୍କ କଥାକୁ ଖାରଚ କରି ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଟ୍ରମ୍ପ ଭୁଲ ତଥ୍ୟ ଆଧାରରେ ଏପରି କହୁଛନ୍ତି । ଦୁର୍ଭାଗ୍ୟର କଥା ରାଷ୍ଟ୍ପପତି ଟ୍ରମ୍ପ ଋଷର ଅପପ୍ରଚାରର ପ୍ରଭାବରେ ପ୍ରଭିବିତ ହୋଇ ଅଛନ୍ତି । ଆମେରିକା ଜନତା ସବୁବେଳେ ମୋର ସମର୍ଥନ କରିଆସିଛନ୍ତି । ଯାହାକୁ ଆମେ ସମ୍ମାନ ଦେଉଛୁ । କିନ୍ତୁ ଯୁଦ୍ଧ ରୋକିବା ପାଇଁ ୟୁକ୍ରେନର ଭାଗିଦାରୀ ନିହାତି ଜରୁରୀ ।