‘ମୁଁ ଜାଣିଥିଲି ପାକିସ୍ତାନ ଉପରେ ଭାରତ ପ୍ରତିଶୋଧ ନେବ’ : ଟ୍ରମ୍ପ

‘ମୁଁ ଜାଣିଥିଲି ପାକିସ୍ତାନ ଉପରେ ଭାରତ ପ୍ରତିଶୋଧ ନେବ’ : ଟ୍ରମ୍ପ

ମୁଁ ଜାଣିଥିଲି  ଭାରତ ପ୍ରତିଶୋଧ ନେବ । ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ପରେ ଏପରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ  ଧ୍ବଂସ କରିଛି ।  ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଥିଲେ ପୂର୍ବରୁ ଆଶଙ୍କା କରାଯାଉଥିଲା କିଛି ହେବ ବୋଲି । ଆଉ ଆଶା ଥିଲା ଏହା ବହୁତ ଶୀଘ୍ର ଶେଷ ହେବ ବୋଲି । ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି  ମୁଁ  ଏବେ ଏବେ ଅପରେସନ ସିନ୍ଦୂର ବିଷୟରେ ଜାଣିଲି । ଅତିତ ଘଟଣାକୁ ନେଇ ଏପରି କିଛି ଘଟିବାର ପୂର୍ବାନୁମାନ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ଏପଟେ ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ର ପୃଷ୍ଟି କରିଛି ପାକିସ୍ତାନର ସେନା । ପାକ୍‌ ର ସେନା କହିଛି ଭାରତୀୟ ମିସାଇଲ୍‌ ଆକ୍ରମଣରେ ପାକିସ୍ତାନର ସୀମା ଭିତରର ତିନିଟି ସ୍ଥାନ ମୁଜାଫରବାଦ, କୋଟଲୀ ଏବଂ ବହାବଲପୁରର  ଅହମ୍ମଦ  ଇଷ୍ଟ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି ।