ଶକ୍ତି ଓ ଧାତୁ ଶିଳ୍ପ ବିଶେଷଜ୍ଞଙ୍କ ପରଲୋକ

 ଭୁବନେଶ୍ୱର: ଭାରତର ଶକ୍ତି ଏବଂ ଧାତୁ ଶିଳ୍ପର ଜଣେ ଉଚ୍ଚ ମାନର ବ୍ୟକ୍ତିତ୍ୱ ଇଞ୍ଜିନିୟର ବଙ୍କିମଚନ୍ଦ୍ର ମହାନ୍ତିଙ୍କର ଗତ ଅଗଷ୍ଟ ୭ ତାରିଖରେ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଜଣେ ବିଦ୍ୱାନ, ଦୂରଦୃଷ୍ଟି ସମ୍ପନ୍ନ ଏବଂ ନିଜ ସମୟଠାରୁ ବହୁତ ଆଗରେ ଥିବା ବ୍ୟକ୍ତିତ୍ୱ ଥିଲେ । ତାଙ୍କ କ୍ୟାରିୟର ସମୟରେ ସେ ସେଲ, ନାଲକୋ, ହିଣ୍ଡଲକୋ, ଉଷା ମାର୍ଟିନ ଓ ଫେକର ଆଦି କମ୍ପାନୀରେ କାର୍ଯ୍ୟରତ ରହିଥିଲେ । ଏ ସବୁ କମ୍ପାନୀ ମାନଙ୍କରେ ତାଙ୍କର ଅବଦାନ ଅବିସ୍ମରଣୀୟ । ସେ, ତାଙ୍କର ଇଞ୍ଜିନିୟରିଂରେ ଦକ୍ଷତା ଏବଂ ମାନବୀୟ ମୂଲ୍ୟବୋଧ ପାଇଁ କର୍ମଚାରୀ ମହଲରେ ବିଶେଷ ଆଦୃତ ଥିଲେ । ପ୍ରଭୁ ଜଗନ୍ନାଥଙ୍କର ଜଣେ ଅନୁଗାମୀ ଭକ୍ତ ଭାବରେ, ସେ ବୃତ୍ତିଗତ କ୍ଷେତ୍ର ବାହାରେ ସମାଜ କଲ୍ୟାଣ ପାଇଁ ନିଜକୁ ଉସôର୍ଗ କରିଥିଲେ । ତାଙ୍କର ଶୋକସନ୍ତପ୍ତ ପରିବାରରେ ତାଙ୍କ ପୁଅ ସୁବ୍ରତ (ପୂର୍ବତନ ଇଡି,ନାଲ୍କୋ), ଝିଅ-ଏଲି, ଜ୍ୱାଇଁ-ପ୍ରଣବ କୁମାର ଦାସ, ପୂତ୍ରବଧୂ ଶାଶ୍ୱତୀ ଏବଂ ସେମାନଙ୍କର ସ୍ନେହମୟ ପରିବାର ଅଛନ୍ତି ।