ପିଏମଶ୍ରୀରେ ସାମିଲ ହେଲା ଉତ୍ତଙ୍ଗରା ସରକାରୀ ଉଚ୍ଚ ବିଦ୍ୟାଳୟ 

 ।ା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ ମାଧ୍ୟରୁ ଉତ୍ତଙ୍ଗରା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପିଏମଶ୍ରୀ ଯୋଜନାରେ ସାମିଲ ହୋଇଛି । ବ୍ଲକର ଏକମାତ୍ର ବିଦ୍ୟାଳୟ ଭାବେ ଏହି ସ୍କୁଲଟି ପିଏମଶ୍ରୀ ଯୋଜନାରେ ସାମିଲ ହୋଇଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅବିଭାବକ, ସ୍ଥାନୀୟ ସରପଞ୍ଚ ଓ ଜନସାଧାରଣରେ ବେଶ ଉସôାହ ପ୍ରକାଶ କରିଛନ୍ତି । ୧୯୬୪ ମସିହାରେ ନିର୍ମିତ ବିଦ୍ୟାଳୟଟି ସ୍ଥାନୀୟ ଅଞ୍ଚଳରେ ମାଧ୍ୟମିକ ଶିକ୍ଷାର ବିକାଶର ପ୍ରୟୋଗଶାଳା ପାଲଟିଛି । ପ୍ରତିବର୍ଷ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମ୍ୟାଟ୍ରିକ ପରିକ୍ଷାରେ ବିଶେଷ ସଫଳତା ପାଇବା ସହିତ ବିଦ୍ୟାଳୟର ଭିର୍ତ୍ତିଭୂମି ବେଶ ସୁଦୃଢ ରହିଛି । ଫଳରେ ଏହି ବିଦ୍ୟାଳୟଟି ପିଏମଶ୍ରୀ ଯୋଜନାରେ ସାମିଲ ହୋଇପାରିଛି । ପିଏମଶ୍ରୀ ଯୋଜନାରେ ସାମିଲ ହୋଇଥିବାରୁ ଏହି ବିଦ୍ୟାଳୟର ଆହୁରି ବିକାଶ ହୋଇପାରିବା ସହିତ ଛାତ୍ରଛାତ୍ରୀ ମାନେ ଶିକ୍ଷାକ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ପାଇବେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଓଝା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ବିଦ୍ୟାଳୟର ସୁନ୍ଦର ପରିବେଶ , ଖେଳ ପଡିଆ ଉନ୍ନତି କରଣ ଠାରୁ ଆରମ୍ଭ କରି ଉତ୍ତମ ଶ୍ରେଣୀଗୃହ, ଲାଇବ୍ରେରୀ, ବିଜ୍ଞାନଗାର ଆଦି ନିର୍ମାଣରେ କ୍ଷେତ୍ରରେ ଅଞ୍ଚଳବାସୀ ଯେଉଁ ସମୟରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଦୃଷ୍ଠି ଆକର୍ଷଣ କରିଛନ୍ତି ବିଧାୟିକା ସେଗୁଡିକୁ ଗୁରୁତ୍ୱର ସହିତ ଗ୍ରହଣ କରି କାର୍ଯ୍ୟ କରାଇଥିବାରୁ ଏହି ବିଦ୍ୟାଳୟ ପିଏମଶ୍ରୀ ଯୋଜନାରେ ସାମିଲ ହୋଇପାରିଥିବାରୁ ସରପଞ୍ଚ  ସନ୍ତୋଷ କୁମାର ମଲ୍ଲିକ, ସୁଶାନ୍ତ ରାଉତରାୟ, ସୁଦାମ ଶେଖର ପ୍ରଧାନ, ଦର୍ପନାରାୟଣ ଦାସ, ଓମ ପ୍ରକାଶ ପରିଡା, ଅକ୍ଷୟ କୁମାର ଦାସ ପ୍ରମୁଖ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କୃତଜ୍ଞତା ଜଣାଇଛନ୍ତି ।