ଭ୍ୟାନ-ସ୍କୁଟି ଧକ୍କା, ୧ ମୃତ

ଦେବଗଡ଼ : ଦେବଗଡ ଥାନା ଅନ୍ତର୍ଗତ ରାଞ୍ଚି – ବିଜୟୱାଡା କରିଡର ରାସ୍ତା ପଲଟନଗୁଡା ତଥା ଶୁଭ୍ରଜ୍ୟୋତି ସ୍କୁଲ ନିକଟରେ ପିକଅପ ଭ୍ୟାନ ପଛପଟେ ଏକ ସ୍କୁଟି ଧକ୍କା ଦେଇଥିବା ବେଳେ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଜଣେ ଆହତ ଥିବା ଜଣାପଡିଛି  । ଦେବଗଡ ପୌରାଞ୍ଚÿଳ ପ୍ରଧାନସାହିର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜିଷ୍ଟିଙ୍ଗ ମୁଣ୍ଡା (୬୧) ଏବଂ ଗୋହିରା ସାହିର ଅଜିତ ମୁଣ୍ଡା ସୁଗୁଡା ପଟୁ ନିଜ ଘରକୁ ଏକ ସ୍କୁଟି ଯୋଗେ ଫେରୁଥିବା ବେଳ ଦୁର୍ଘଟଣାର ଶିକାର ହୋଇଥିଲେ  । ସ୍କୁଟି ସମ୍ମୁଖରେ ଯାଉଥିବା ଏକ ପିକଅପ ଭ୍ୟାନ ହଠାତ ବ୍ରେକ ଦେବାରୁ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ପଛପଟେ ଧକ୍କା ଦେଇ ଜିଷ୍ଟିଙ୍ଗ ଏବଂ ଅଜିତ ରାସ୍ତା ଉପରେ ଛିଟିକି ପଡିଥିଲେ  । ଦୁର୍ଘଟଣା ପରେ ସେଠାରୁ ପିକଅପ ଭ୍ୟାନ ଫେରାର ମାରିଥିବା ବେଳେ ସ୍ଥାନୀୟ ଲୋକ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇଥିଲେ  । ଡାକ୍ତର ସେଠାରେ ଜିଷ୍ଟିଙ୍ଗଙ୍କୁ ମୃତ ଘୋଷଣା କରିଥିଲେ  । ସେହିପରି ଅଜିତଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କ ଚିକିସôା ଜାରି ରହିଥିବା ଜଣାପଡିଛି  । ସୂଚନା ପାଇ ଡାକ୍ତରଖାନାରୁ ଦେବଗଡ ପୁଲିସ ମୃତ ଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି  । ଏଥିସହ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଜବତ କରି ଏକ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ କରୁଥିବା ଜଣାପଡିଛି  ।