ସୂର୍ୟ୍ୟାସ୍ତ ପରେ ଆଦୌ ଘରକୁ ଆଣନ୍ତୁ ନାହିଁ ଏହି ଜିନିଷ

ହିନ୍ଦୁ ଧର୍ମରେ ସୂର୍ୟ୍ୟେଦୟ ଓ ସୂର୍ୟ୍ୟାସ୍ତ ସହ ଜଡିତ କିଛି ନିୟମ ବର୍ଣ୍ଣନା କରାଯାଇଛି। ଏହି ନିୟମ ଅନୁଯାୟୀ, ଏପରି ଅନେକ କାମ ରହିଛି, ଯାହାକୁ ସମୟ ଅନୁଯାୟୀ କରିବାକୁ ବାରଣ କରାଯାଇଛି। ସେହି କାର୍ୟ୍ୟକୁ କରିବା ଦ୍ୱାରା ଜୀବନରେ ସମସ୍ୟା ସହ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଏପରି ଅନେକ ଜିନିଷ ରହିଛି, ଯାହାକୁ ସୂର୍ୟ୍ୟାସ୍ତ ପରେ ଘରକୁ ଆଣିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।
ସୂର୍ୟ୍ୟାସ୍ତ ପରେ ଦେବୀ-ଦେବତାଙ୍କ ଭଙ୍ଗା ମୂର୍ତ୍ତି ଘରକୁ ଭୁଲରେ ମଧ୍ୟ ଆଣନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଏପରି ମୂର୍ତ୍ତି ଘରେ ଥିଲେ ମଧ୍ୟ ଏହାକୁ ନଦୀରେ ବିସର୍ଜନ କରି ଦିଅନ୍ତୁ।
ସୂର୍ୟ୍ୟାସ୍ତ ପରେ ବନ୍ଦ ଘଣ୍ଟାକୁ ଘରକୁ ଆଣନ୍ତୁ ନାହିଁ। ଏହାଦ୍ୱାରା ଘରେ ସୁଖସମୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ। ଉନ୍ନତି ମାର୍ଗରେ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ପୁରୁଣା , ଭଙ୍ଗା ଜିନିଷ , ପୁରୁଣା ପୋଷାକ ଆଦିକୁ ଆଦୌ ଘରେ ରଖନ୍ତୁ ନାହିଁ।
ସୂର୍ୟ୍ୟାସ୍ତ ପରେ ପୁରୁଣା ଖବର କାଗଜ କିମ୍ବା ଅନ୍ୟ ପୁରୁଣା ଜିନିଷକୁ ଆଦୌ ଘରକୁ ଆଣନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ବହୁଦିନରୁ ପୁରୁଣା ଖବର କାଗଜ ଥିଲେ, ତେବେ ଏହାକୁ ଅଧିକ ଦିନ ପର୍ୟ୍ୟନ୍ତ ଘରେ ରଖନ୍ତୁ ନାହିଁ।
ସୂର୍ୟ୍ୟାସ୍ତ ପରେ କଣ୍ଟା ଜାତୀୟ ଗଛକୁ ମଧ୍ୟ ଘରକୁ ଆଣନ୍ତୁ ନାହିଁ।