ସର୍କିଟ ହାଉସରେ ଅଗ୍ନିକାଣ୍ଡ : ବିଧାୟକଙ୍କ କାର କ୍ଷତିଗ୍ରସ୍ତ
ଫୁଲବାଣୀ ସର୍କିଟ ହାଉସରେ ଅଘଟଣ । ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇଟି ବାଇକ୍ । ବିଧାୟକ ଉମାଚରଣ ମଲ୍ଲିକଙ୍କ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ନେଇ ସର୍କିଟ ହାଉସ କର୍ମଚାରୀ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇଥିଲେ । ତେବେ ଦୁଇଟି ବାଇକ୍ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ବିଧାୟକଙ୍କ ଗାଡ଼ି ନିକଟରେ ଦୁଇଟି ବାଇକ୍ ଜଳି ଯାଇଥିବାରୁ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । କନ୍ଧମାଳ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।