ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା : କଣ୍ଢେଇ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ

ତାଳଚେର ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଚାଲିଥିବା ନବଦିନାତ୍ମକ ଲୋକ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜିଲ୍ଲାପାଳ ଅବଦଲ୍.ଏମ୍ ଅଖତର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଉଦୟ କୁମାର ମହାପାତ୍ର, ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରା, ପାଲଲହଡା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ୍, ତାଳଚେର ଥର୍ମାଲ ପାୱାର ଷ୍ଟେସନର କାର୍ଯ୍ୟନିର୍ବାହୀ ନିଦେ୍ଦର୍ଶକ ବିଜୟ ଚାନ୍ଦ, ଅତିରିକ୍ତ ମହାପ୍ରବନ୍ଧକ(ମାନବ ସମ୍ବଳ) ରୋହିତ୍ କୁମାର ଓ ଅତିରିକ୍ତ ମହାପ୍ରବନ୍ଧକ ଦେବବ୍ରତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଜିଲ୍ଲାପାଳ ଅବଦଲ୍.ଏମ୍.ଅଖତର ନିଜ ବକ୍ତବ୍ୟରେ ମା’ ହିଙ୍ଗୁଳାଙ୍କ ଏହି ପୀଠ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ଶକ୍ତିପୀଠର ମାନ୍ୟତା ହାସଲ କରିଛି । ମା’ ହିଙ୍ଗୁଳାଙ୍କ ମହିମା ଅପାର । ମା ହିଙ୍ଗୁଳାଙ୍କ ପବିତ୍ର ପୀଠ ପରିସରରେ ଏକ ସାଂସ୍କୃତିକ ମଣ୍ଡପ, ଅଡିଟୋରିୟମ ନିର୍ମାଣ କରାଯାଉଛି । ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଏହାର ଉଦ୍ଘାଟନ କରିବେ ବୋଲି ଜିଲ୍ଲାପାଳ ଏମ୍.ଅଖତର ସୂଚନା ଦେଇଥିଲେ । ଏହାସହିତ ଲୋକ ମହୋତ୍ସବର ସପ୍ତମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ପକ୍ଷରୁ ପଲିଥିନ୍ ବର୍ଜନ ଉପରେ ଆଧାରିତ ତଥା ଆଲୋକ ବିଷୋୟୀ ନିଦେ୍ର୍ଦଶିତ କଣ୍ଢେଇ ନୃତ୍ୟ  ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ପାରିଥିଲେ । ସେହିପରି ଥର୍ମାଲ ଡ୍ୟାନ୍ସ ଏକାଡେମୀର କଳାକାରମାନେ ମହାଭାରତ ଉପରେ ଆଧାରିତ ନୃତ୍ୟନାଟିକା ଓ ରକ୍ତବିର୍ଯ୍ୟ ଏବଂ ଓମ୍ ସାଇ କଳା ନିକେତନର କୁନି କୁନି କଳାକାରମାନଙ୍କ ଦ୍ୱାରା ପରିବେଷିତ ମା’ହିଙ୍ଗୁଳା ନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା । ପୁରୀର ଶିଳ୍ପୀ ଏଣ୍ଟରଟେନମେଣ୍ଟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା କୁଆଁର ପୁନେଇଁ ନୃତ୍ୟ, କେନ୍ଦ୍ରାପଡାର ଗଡମେକର ଅନୁଷ୍ଟାନ ପକ୍ଷରୁ ଗୁରୁ ଶୁଶାନ୍ତ ପାଣି ନିଦେ୍ର୍ଦଶିତ ନବଦୁର୍ଗା ଓ ଓଡିଶା ମୋ ଓଡିଶା ନୃତ୍ୟ ଦର୍ଶକମାନଙ୍କୁ ମନମୁଗ୍ଧ କରି ଦେଇଥିଲା । ଗାୟତ୍ରୀ ଡ୍ୟାନ୍ସ ଗ୍ରୁପର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ଓ ସୁନନ୍ଦା ନାୟକ ପରିଚାଳନା କରିଥିବା ବେଳେ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କଳାକାରଙ୍କୁ ଅତିଥିମାନେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ମାନସ ମୋହନ ସେଠ, ସହକାରୀ ଜିଲ୍ଲାପାଳ ନାରାୟଣ ସେଠୀ, ପୁଷ୍ପିତା ମଧୁମତୀ ଦେହୁରୀ, ଖାଦ୍ୟ ଯୋଗାଣ ଅଧିକାରୀ ଲିପ୍ସାରାଣୀ ରାଉତଙ୍କ ସମେତ ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର ସିଂହ, ମୁରଲୀଧର ସାହୁ, ସଞ୍ଜୟ ସାହୁ, ଗଗନ ବିହାରୀ ସାହୁ, ଅରୁଣ କୁମାର ପ୍ରଧାନ, ସନ୍ତୋଷ ପ୍ରଧାନ, ବରିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିଲେ ।