ମା’ ମଙ୍ଗଳାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର

ମା’ ମଙ୍ଗଳାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର

 ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର। କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ଜନ୍ମ ଉତ୍ସବ । ଆଜି ମାଙ୍କ ନେତ୍ର ଉତ୍ସବ ଭାବେ ପାଳନ କରାଯାଉଛି ।  ଆଜି ମଧ୍ୟ ମାଆଙ୍କ ପ୍ରଥମ ପାଳି ଯାତ୍ରା ଆରମ୍ଭ ହେଲା ।   ଆଜି ମାଆ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି   , ଆଜି ସକାଳୁ ହଜାର ହଜାର ଭକ୍ତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି  । ଆଜି ଗାଁ ଦାଣ୍ଡରେ ମାନସିକଧାରୀ ମହିଳା ପାନ୍ଥେଇ କରୁଛନ୍ତି  । ଅପରାହ୍ନରେ ମାଆଙ୍କ ଧ୍ୱଜା ଅପର୍ଣ୍ଣାକୁ ଏକ ଶୋଭାଯାତ୍ରାରେ ମନ୍ଦିର ପରିକ୍ରମା କରିବା ପରେ ମନ୍ଦିର ଚୁଡାରେ ଲଗାଯିବାର ପରମ୍ପରା ରହିଛି ।