ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ
କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଖାଦ୍ୟ ସୁରକ୍ଷା ଅଧିକାରୀ।ରାସ୍ତାକଡ଼ରେ ନେଉଥିଲେ ଲାଞ୍ଚ ମାଡ଼ି ବସିଲା ଭିଜିଲାନ୍ସ।କେନ୍ଦ୍ରାପଡ଼ା ଜିଲ୍ଲା CDMO କାର୍ଯ୍ୟାଳୟର ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର ଏକ ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ କେନ୍ଦ୍ରାପଡ଼ା କଲେଜ୍ ଛକ ସ୍ଥିତ ରାସ୍ତାକଡ଼ରେ ନେଉଥିଲେ ପାଞ୍ଚ ହଜାର ଟଙ୍କା ଲାଞ୍ଚ। ପୂର୍ବରୁ ଛପି ରହିଥିଲା ଭିଜିଲାନ୍ସ ମାଡ଼ି ବସିଲା ଲାଞ୍ଚୁଆ ଅଧିକାରୀ ଜଣଙ୍କୁ।ସୂଚନା ଅନୁଯାୟୀ ସଞ୍ଜୟ ପ୍ରଧାନ ନାମକ ବ୍ୟକ୍ତିଙ୍କ ଠାରୁ ଅଧିକାରୀ ଜଣଙ୍କ ନେଉଥିଲେ ଲାଞ୍ଚ। ବିଭାସ ଙ୍କୁ ଭିଜିଲାନ୍ସ ସାଙ୍ଗରେ ଧରି କେନ୍ଦ୍ରାପଡ଼ା ସ୍ଥିତ ଭଡାଘରେ କରୁଛି ଖାନ ତଲାସୀ।