କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍‌

ନୂଆଦିଲ୍ଲୀ:  କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍‌। ପ୍ୟାରିସ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିକୁ ବାଏ ବାଏ କହିଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତିକୁ ସବୁଦିନ ପାଇଁ ଅଲବିଦା ଜଣାଇଛନ୍ତି ଭିନେଶ।
ଗତକାଲିର ଘଟଣା ପରେ ଭନେଶ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ମୋତେ କ୍ଷମା କରିବ, ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ । ବିଦାୟ କୁସ୍ତି ୨୦୦୧-୨୦୨୪, କ୍ଷମା କରିବେ, ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।’

ଭିନେଶଙ୍କ ଏଭଳି ଅଚାନକ ସନ୍ନ୍ୟାସ ଘୋଷଣା କରିବାକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେତଶ ତିନୋଟି ମୁକାବିଲା ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ। ଗତକାଲି ସେ ଫାଇନାଲ ମ୍ୟାଚ୍‌ ଖେଳି ଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ୟ୍ୟ ସୀମାଠାରୁ ଅଧିକ ଓଜନ ଥିବା ଲାଗି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।ମାତ୍ର ୧୦୦ ଗ୍ରାମ୍‌ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଥିଲା।