ଭିଆଇପିଙ୍କ ସୁରକ୍ଷାରୁ ହଟିବେ ଏନଏସଜି

ାା ଏଜେନ୍ସି ।ା ନୂଆଦିଲ୍ଲୀ:  ଦେଶର ଭିଭିଆଇପି ଲୋକଙ୍କ ସୁରକ୍ଷାରେ ମୁତୟନ ଏନଏସଜି କମାଣ୍ଡୋଙ୍କୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଦେଶ ଅନୁସାରେ ସବୁ ଭିଆଇପି ସିକୁ୍ୟରିଟି ଡୁ୍ୟଟିରୁ ଏନଏସଜି କମାଣ୍ଡୋଙ୍କୁ ହଟାଇ ନିଆଯିବ । ସେମାନଙ୍କ ସ୍ଥାନରେ ସିଆରପିଏଫ ଯବାନମାନେ ସୁରକ୍ଷାର ଦାୟିତ୍ୱ ନେବେ । କେନ୍ଦ୍ର ସରକାରଙ୍କ ଏହି ଆଦେଶ ଆଗାମୀ ମାସରୁ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାର ତାଙ୍କ ଆଦେଶରେ କହିଛନ୍ତି ଯେ ଏନଏସଜି କମାଣ୍ଡୋଙ୍କ ବ୍ୟବହାର ଏବେ କେବଳ ଆତଙ୍କବାଦ ବିରୋଧୀ ଅଭିଯାନରେ ହେବ । ମିଳୁଥିବା ସୂଚନା ଅନୁସାରେ ବର୍ତ୍ତମାନ ୯ଜଣ ଭିଆଇପି ଅଛନ୍ତି ଯେଉଁମାନଙ୍କୁ ‘ଜେଡ୍ ପ୍ଲସ୍’ କ୍ୟାଟଗରୀର ସୁରକ୍ଷା ଯୋଗାଇ ଦିଆଯାଉଛି । ଏହି ଭିଭିଆଇପିଙ୍କ ସୁରକ୍ଷାରେ ଏନଏସଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ ମୁତୟନ ଅଛନ୍ତି । ଏବେ ସେମାନଙ୍କ ସ୍ଥାନରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯିବ । ରିପୋର୍ଟ ଅନୁସାରେ ସଂସଦ ସୁରକ୍ଷାରୁ ସେବାମୁକ୍ତ ହୋଇଥିବା ସିଆରପିଏଫ ଯବାନଙ୍କୁ ସ୍ପେଶାଲ ଟ୍ରେନିଂ ଦିଆଯାଇ ସେମାନଙ୍କୁ ଭିଆଇପି ସିକୁ୍ୟରିଟି ୱିଙ୍ଗରେ ପଠାଯାଇଛି । ଏଥିଲାଗି ନୂଆ ବାଟାଲିୟନ ମଧ୍ୟ ଗଠନ କରାଯାଇଛି । ଏହି ଯବାନମାନଙ୍କୁ ଭିଆଇପିଙ୍କ ସୁରକ୍ଷାରେ ମୁତୟନ କରାଯିବ । ଏନଏସଜି ସୁରକ୍ଷାରେ ଥିବା ୯ ଭିଆଇପିଙ୍କ ମଧ୍ୟରୁ ୨ ଜଣ ଯୋଗୀ ଆଦିତ୍ୟ ନାଥ ଓ ରାଜନାଥଙ୍କୁ ଏଡଭାନସଡ୍ ସିକୁ୍ୟରିଟି ଲାଇସନ (ଏଏସଏଲ) ପ୍ରୋଟକଲ ମିଳିଛି । ଏହି ପ୍ରୋଟକଲ ଅନୁସାରେ ଭିଆଇପି କୌଣସି ସ୍ଥାନକୁ ଯିବା ପୂର୍ବରୁ ସେହି ସ୍ଥାନର ତଲାସୀ ଓ ସିକୁ୍ୟରିଟି ଯାଞ୍ଚ କରାଯାଇଥାଏ । ଏହି ଦୁଇ ଭିଆଇପିଙ୍କ ଲାଗି ଏହି କାମ ଏପର୍ଯ୍ୟନ୍ତ ଏନଏସଜି କରି ଆସୁଥିଲା । ହେଲେ ଏବେ ଏହି କାମକୁ ସିଆରପିଏଫ ଟେକଓଭର କରିନେଇଛି । ସିଆରପିଏଫ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଗାନ୍ଧି ପରିବାରର ୩ ସଦସ୍ୟଙ୍କ ନିମନ୍ତେ ପ୍ରୋଟକଲ ଫଲୋ କରୁଥିଲା ।