ହମାସ ନେତାଙ୍କୁ ପାକିସ୍ତାନର ଭିଆଇପି ସ୍ୱାଗତ

ପାକିସ୍ତାନ ଦ୍ୱାରା ଦଖଲରେ ଥିବା କାଶ୍ମୀରର ପିଓକେକୁ ନିଜ ଦେଶରେ ମିଶାଇବାକୁ ହୀନ ଚକ୍ରାନ୍ତ କରିଛି ପାକିସ୍ତାନ । ନିଜେ ନପାରିବା କାରଣରୁ ଏବେ ହମାସର ସହାୟତା ନେଇଛି । ଭାରତ ବିରୋଧରେ ହମାସ ନେତାଙ୍କ ଉପସ୍ଥିତିରେ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର -ଏ-ତୈବା ଏକ ସମ୍ମିଳନୀ କରିଛି । ଏହି ସମ୍ମିଳନୀରେ ଅନେକ ହମାସ ନେତା ଉପସ୍ଥିତ ଥିଲେ । ଆତଙ୍କୀ ସଂଗଠନ ଲସ୍କର -ଏ-ତୈବା ଆତଙ୍କବାଦୀ ସଂଗଠନ ଭିଆଇପି ସ୍ୱାଗତ କରିଥିଲା । 

 ଏହି ସ୍ୱାଗତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଏକ ବିଶାଳପୂର୍ଣ୍ଣ କାରରେ ହମାସ ନେତମାନେ ରାୱଲକୋଟର ସହିଦ ସବିର ଷ୍ଟାଡିୟମକୁ ଯାଉଛନ୍ତି । ଏହି କାରର ପଛେ ପଛେ ଲସ୍କର ନେତାମାନେ ଘୋଡା ବାଇକରେ ଯାଉଛନ୍ତି । 
ଅନ୍ୟ ଏକ ଭିଡିଓରେ ଲସ୍କର ଆତଙ୍କୀମାନେ ପାଲେଷ୍ଟାଇନର ପତାକା ସହିତ ବାଇକ ଓ ଘୋଡାରେ ଯାଉଛନ୍ତି । ଏହାସହ ଷ୍ଟାଡିୟମରେ ହମାସ ନେତାମାନେ ପହଂଚିବା ପରେ ସେମାନଙ୍କ ଉପରେ ଫୁଲ ବର୍ଷା କରାଯାଉଛି ।