ବିଜେପି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛି, ହେଲେ ପୂରଣ ହେଉନାହିଁ: ପାଣ୍ଡିଆନ୍‌

ବିଜେପି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛି, ହେଲେ ପୂରଣ ହେଉନାହିଁ: ପାଣ୍ଡିଆନ୍‌

ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ଓଡ଼ିଶାକୁ ଜାତୀୟସ୍ତର ବିଜେପି ନେତାଙ୍କ ଧାଡି ଛୁଟିଛି। ନିର୍ବାଚନ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପୂରଣ ହେଉନାହିଁ। ୨୦୧୪ରେ ବିଜେପି ଦେଶରେ  ସରକାରକୁ ଆସିବା ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଏଯାଏଁ ପୂରଣ ହୋଇନି। କିନ୍ତୁ ପୁଣିଥରେ ମିଛ ସଂକଳ୍ପ ପତ୍ର ଆଣି ସବୁ କରିଦେବୁ ବୋଲି କହିବାରେ ଲାଗିଛନ୍ତି। ଯାହାକୁ ନେଇ  ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌।

ନୟାଗଡ଼ରେ ଭରା ମଞ୍ଚରୁ ବିଜେପିକୁ ଧୋଇଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ୨୦୧୪ ନିର୍ବାଚନ ସମୟରେ ଓଡ଼ିଶାକୁ ଜାତୀୟସ୍ତର ବିଜେପି ନେତାଙ୍କ ଧାଡ଼ି ଛୁଟିଥିଲା। ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା ଓ ବିଜେପିକୁ ଭୋଟ ଦେବାକୁ ନିବେଦନ ସହ କେନ୍ଦ୍ରରେ ବିଜେପି ସରକାର ଗଠନ କଲେ ଓଡ଼ିଶାକୁ ଘିଅମହୁରେ ଭସାଇ ଦେବେ ବୋଲି ବିଜେପିର ଜାତୀୟ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ।  କେବଳ ସେତିକି ନୁହେଁ ବିଜେପି ସରକାର ଦେଶରେ ଆସିଲେ ବର୍ଷକୁ ଦୁଇ କୋଟି ଚାକିରି ଦେବୁ କହିଥିଲେ। ହେଲେ ତାହା ହେଲା ନାହିଁ। ୨୦୧୪ରେ ଦରଦାମ କମାଇବେ ବୋଲି କହିଥିଲେ।  ପେଟ୍ରୋଲ, ଡିଜେଲ, ଖଚଏ ଗ୍ୟାସ ଦର କମିଲା କି ? ଚାଷୀଙ୍କ ଏମଏସ୍‌ପି ଦୁଇଗୁଣା କରିବା ନେଇ ଗ୍ୟାରେଣ୍ଟି ଦେଇଥିଲେ, ତାହା ବି ହୋଇପାରିଲା ନାହିଁ।

ଆଉ ଆଜି ରାଜ୍ୟରେ ବିଜେପି ସରକାର ଆସିଲେ ଧାନର ଗଝଚ ୩୦୦୦ ଟଙ୍କା କରିବେ, ଭତ୍ତା ୩୦୦୦ ଟଙ୍କା କରିବେ ବୋଲି ସଂକଳ୍ପ ପତ୍ର ଜାରି କରୁଛନ୍ତି। ବିଜେପି ନେତାମାନେ ଦଶ ବର୍ଷ କଣ ଶୋଇଥିଲ କି? କେନ୍ଦ୍ରରେ ସେମାନଙ୍କ ସରକାର ରହିଛି, କଣ ପାଇଁ ଆଗରୁ କଲେନି। ନିର୍ବାଚନ ଆସିଲେ ଚାଷୀଙ୍କ କଥା ମନେ ପଡିଲା। ଆଉ ଯେଉଁ ବିଜେପି କହୁଛି ଓଡ଼ିଶାରେ ସରକାରକୁ ଆସିଲେ ଭତ୍ତା ୩୦୦୦ ଟଙ୍କା ଦେବେ, ସେହି ବିଜେପିର ଡବଲ ଇଞ୍ଜିନ ସରକାର ଅନ୍ୟ ରାଜ୍ୟରେ ୩୦୦ ଟଙ୍କା ଭତ୍ତା ଦେଉଛି। ଓଡିଶାରେ ନବୀନ ପଟ୍ଟନାୟକ ୧୦୦୦ ଟଙ୍କା ଭତ୍ତା ଦେଉଛନ୍ତି। ବିଜେପି ରାଜ୍ୟର ଲୋକଙ୍କୁ ବୋକା ଭାବୁଛି, ସେଥି ପାଇଁ ବୋକା ବନାଇବା ପାଇଁ ଚେଷ୍ଠା କରୁଛି। ହେଲେ ଓଡ଼ିଶା ବାସୀ ସତ କଣ ଜାଣନ୍ତି ଏବଂ ସେମାନଙ୍କୁ ଲୋକ ଉଚିତ ଜବାବ ଦେବେ ବୋଲି ପାଣ୍ଡିଆନ କହିଛନ୍ତି।