ଅରୁଣାଚଳ ପ୍ରଦେଶରେ ବିଜେପି ସରକାର
Arunachal Pradesh, SKM
ନୂଆଦିଲ୍ଳୀ : ପ୍ରକାଶ ପାଇଛି ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ । ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ସର୍ବାଧିକ ୪୬ ଆସନ ମିଳିଛି । ମୋଟ ୬୦ ଆସନରୁ ୪୬ ଆସନରେ ଜିଣି ଦଳ ଏକପାଖିଆ ବିଜୟ ଲାଭ କରିଛି । ସେପଟେ ନାସନାଲ ପିପୁଲସ ପାର୍ଟିକୁ ୫ ଆସନ ମିଳିଥିବାବେଳେ ଏନସିପିକୁ ୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ପିପୁଲସ ପାର୍ଟି ଅଫ ଅରୁଣାଚଳକୁ ୨ଟି ଆସନ ମିଳିଥିବାବେଳେ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ସେହିପରି ସ୍ୱାଧୀନ ଭାବେ ୩ ଜଣ ବାଜିମାତ କରିବାରେ ସଫଳ ହୋଇଛନ୍ତି ।
ବିଜେପିକୁ ୫୪.୫୭% ଭୋଟ ମିଳିଥିବାବେଳେ କଂଗ୍ରେସକୁ ମାତ୍ର ୫.୫୬% ଭୋଟ ମିଳିଛି । ଯେତେବେଳେକି ଏନସିପିକୁ ୧୦.୪୩%, ଏନପିଇପିକୁ ୧୬%, ପିପିଏକୁ ୭% ଅନ୍ୟମାନଙ୍କୁ ୫.୨୬% ଭୋଟ ମିଳିଛି ।