କାମାକ୍ଷାନଗରରେ ପାଣ୍ଡିଆନଙ୍କ ପ୍ରଚାର

• କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଆପଣଙ୍କ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ କି ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି, ପିଲାଙ୍କୁ ଛାତ୍ରବୃତ୍ତି ଦେଇଛନ୍ତି କି ? ସ୍କୁଲ, କଲେଜ ଖୋଲିଛନ୍ତି କି, ଦକ୍ଷତା କେନ୍ଦ୍ର ଖୋଲିଲେ କି ?
• କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁସ୍କୁଲକୁ ମୁଖ୍ୟମନ୍ତ୍ରୀ 5Tରେ ରୂପାନ୍ତରଣ କରିଛନ୍ତି
• ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ.
ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ.
ଏବେ ସମ୍ବଲପୁର ରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି
• ଏତେବର୍ଷ ହୋଇଗଲା କଟକ-ସମ୍ୱଲପୁର ଜାତୀୟ ରାଜପଥକୁ ସଜାଡ଼ି ପାରୁନାହାନ୍ତି, ଦୁର୍ଘଟଣାରେ ଅନେକ ଜୀବନ ହାନି ହେଉଛି
• ପ୍ରତିଦିନ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର, ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି ।
• ଓଡ଼ିଶାର ସବୁ ବର୍ଗର ଲୋକଙ୍କ ପାଇଁ କାମ କରୁଥିବା ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ଆପଣ ସହ୍ୟ କରିପାରିବେ କି ?
• ଡବଲ ଇଞ୍ଜିନ ସରକାର ଓଡ଼ିଶା ଲୋକଙ୍କୁ ଲଣ୍ଠନ ଦେଖାଉଛନ୍ତି, ମାଗଣାରେ ବିଜୁଳି ଦେବୁ ସୂର୍ଯ୍ୟକିରଣରୁ
• ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ ଛାଡ଼, ଓଡ଼ିଶା ୯୦ ପ୍ରତିଶତ ପରିବାର ଉପକୃତ ହେବେ
• ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ?
• ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ କର୍ମୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଲେ
• ଲୋକଙ୍କୁ କାମର ହିସାବ ଦେଲେ