କାର୍ତ୍ତିକ ପାଣ୍ଡିଆନଙ୍କ ପର୍ଜଙ୍ଗରେ ପ୍ରଚାର

• ଅନୁଗୁଳ ଜିଲ୍ଲାରୁ ଜଣେ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଏହା ଓଡିଶା ପାଇଁ ଓ ଜିଲ୍ଲା ପାଇଁ ବହୁତ ଖୁସିର କଥା
• ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ଅଞ୍ଚଳରେ ସ୍କୁଲ କଲେଜ ଖୋଲିପାରିଥାନ୍ତେ, କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ, ପ୍ରତି ବ୍ଲକ୍ରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିପାରିଥାନ୍ତେ ।
• ଏ ମାଟିର ପୁଅ ହୋଇ କାହିଁକି ପାରିଲେ ନାହିଁ ? ନିଜ ଅଞ୍ଚଳ ପାଇଁ, ନିଜ ମାଟି ପାଇଁ କଣ କରିଛନ୍ତି ? ୧୦ ବର୍ଷ ପରେ ନିଜକୁ କୋରିଅର କରିଦେଲେ ସମ୍ବଲପୁର ଜିଲ୍ଲାକୁ
• ନବୀନ ପଟ୍ଟନାୟକ ଓଡିଶାର କୌଣସି ଜିଲ୍ଲାରେ ନିର୍ବାଚନ ଲଢିବା ପାଇଁ ଡରୁ ନାହାନ୍ତି, ଇଏ କାହିଁକି ନିଜ ମାଟିରେ ଡରୁଛନ୍ତି ?
• ମିଶନ ଶକ୍ତି ବନ୍ଦ କରିବା ପାଇଁ ଯୋଜନା କରିଛନ୍ତି
• ସାମ୍ବାଦିକ ସମ୍ମିଳନୀ ଡାକି କହୁଛନ୍ତି ଆମେ କ୍ଷମତାକୁ ଆସିଲେ ଓଡିଶାକୁ ଏକ ନମ୍ବର କରିବୁ, କେବେ କରିପାରିବେ ନାହିଁ, ଯେଉଁଠି ବି ଦାୟିତ୍ବ ନେଇଛନ୍ତି ସେ ରାଜ୍ୟକୁ ୨୫ ବର୍ଷ ତଳକୁ ନେଇ ଯାଇଛନ୍ତି
• ଯେଉଁ ବ୍ୟକ୍ତିର ସେବା ନୁହେଁ, ରାଜନୀତି କରିବା ପାଇଁ ଇଚ୍ଛା ଥିବ, ସେ କେବେ ବି ଜିତି ପାରିବ ନାହିଁ
• ଯଦି ଅନ୍ୟ ରାଜ୍ୟ ତଥା କେନ୍ଦ୍ର ଓଡିଶା ଯୋଜନାରୁ କିଛି କିଛି ଶିଖୁଛନ୍ତି, ତାହେଲେ ଆପଣ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି ? ଆପଣ ଆଜି ନିଜ ମାଟିରେ ୱାର୍ଡ ମେମ୍ବର ଠିଆ ହୋଇ ଜିତନ୍ତୁ, ତା ପରେ ସାହସ କରିବେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଠିଆ ହେବା ପାଇଁ
• ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି, ବିଜେପି ଭଳି ଲୋକଙ୍କୁ ଲଣ୍ଠନ ଦେଖାନ୍ତି ନାହିଁ
• ଓଡିଶାବାସୀଙ୍କ ଆଶୀର୍ବାଦରେ ପୁଣି ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ନବୀନ ପଟ୍ଟନାୟକ
• ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡିଶାବାସୀଙ୍କ ବିଜୁଳି ବିଲ୍ ଛାଡ ହେବ
• ପର୍ଜଙ୍ଗରେ ଆଗରୁ କେବେ ଏତେ ବିକାଶ ହୋଇ ନ ଥିଲା
• ପର୍ଜଙ୍ଗବାସୀଙ୍କୁ ବିକାଶ କାମର ହିସାବ ଦେଲେ