ଚିନ୍ତାରେ ନରସିଂହ, କନକ ଓ ସାଲୁଜା

Odisha Politics BIju Janata Dal

ଚିନ୍ତାରେ ନରସିଂହ, କନକ ଓ ସାଲୁଜା

କାହିଁକି କଣ୍ଟାବାଞ୍ଝିରୁ ଲଢ଼ିବେ ନବୀନ ?

ଭୁବନେଶ୍ୱର : ଷଷ୍ଠ ଥର କ୍ଷମତା ଦଖଲ ପାଇଁ ବିଜେଡ଼ି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ  । ପଶ୍ଚିମ ଓଡ଼ିଶାର କେତେକ ଆସନରେ ବିରୋଧୀଙ୍କ ଦବଦବା ରହିଥିବାରୁ ବିଜୁ ଜନତା ଦଳ ସେଥିପ୍ରତି ବି ଆକ୍ରମଣାତ୍ମକ ରଣନୀତି କରିଛି  । ଯେଉଁଥିପାଇଁ ନବୀନ ଏଥର ଦୁଇଟି ଆସନରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି  । ନିଜର ଗଡ଼ ହିଞ୍ଜିଳି ସହ ନବୀନ କଣ୍ଟାବାଞ୍ଝିରୁ ଲଢ଼ିବାକୁ ଯୋଜନା କରିଛନ୍ତି  ।

ବଲାଙ୍ଗୀରର ତିନି ଆସନରେ ବିରୋଧୀଙ୍କର ବେଶ ଦବଦବା ରହିଛି  । ବଲାଙ୍ଗୀର ବିଧାନସଭା ଆସନରୁ ନରସିଂହ ମିଶ୍ର ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି  । ଏଥର ତାଙ୍କ ପୁଅ ସମରେନ୍ଦ୍ର ମଇଦାନକୁ ଓହ୍ଲାଇଛନ୍ତି  । ସେହିପରି କଣ୍ଟାବାଞ୍ଝିରେ ସନ୍ତୋଷ ସିଂ ସାଲୁଜାଙ୍କର ମଜବୁତ ସଂଗଠନ ରହିଛି  । ଅପରପକ୍ଷରେ ପାଟଣାଗଡ଼ରେ ମଧ୍ୟ ବିଜେପିର ଟାଣୁଆ ନେତା କନକବର୍ଦ୍ଧନ ସିଂହଦେଓଙ୍କର ସ୍ଥିତି ଭଲ ରହିଛି  । ନବୀନ କଣ୍ଟାବାଞ୍ଝିରୁ ଲଢ଼ିବେ ବଲାଙ୍ଗୀର ଓ ପାଟଣାଗଡ଼ରେ ବି ବିଜେଡ଼ିର ସ୍ଥିତି ବହୁତ ମଜବୁତ ହୋଇପାରିବ  ।  ପୂର୍ବରୁ ଦଳ ଟିଟିଲାଗଡ଼ର ଟାଣୁଆ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳକୁ ଆଣିଥିଲା  । ତାଙ୍କୁ ବଲାଙ୍ଗୀର ଲୋକସଭା ଟିକେଟ ମିଳିଥିବାରୁ ଟିଟିଲାଗଡ଼ରେ ବିଜେଡ଼ି ଭଲ ସ୍ଥିତିରେ ରହିଛି  । 

ନବୀନଙ୍କ ଏଭଳି ରଣନୀତିକୁ ନେଇ ନରସିଂହ, କନକ ଓ ସାଲୁଜା ଚିନ୍ତାରେ ପଡ଼ିଯାଇଛନ୍ତି  । ଗତଥର ସାଲୁଜା ଖୁବ କମ ଭୋଟରେ ଜିତିଥିବାବେଳେ କନକ ପରାସ୍ତ ହୋଇଥିଲେ  । ନରସିଂହ ବି କମ୍‌ ଭୋଟ ବ୍ୟବଧାନରେ ଅର୍କେଶ ସିଂହଦେଓଙ୍କୁ ପରାସ୍ତ କରିଥିଲେ  । ଫଳରେ ସେହି ତିନି ନିର୍ବାଚନମଣ୍ଡଳୀରେ ବିରୋଧୀଙ୍କ ପତ୍ତା କଟିଯିବ ବୋଲି ଅଙ୍କକଷା ଆରମ୍ଭ ହୋଇଯାଇଛି  ।