ସକାଳ ସମୟରେ ଚାଲିବାର ଲାଭ!

ସକାଳ ସମୟରେ ଚାଲିବାର ଲାଭ!

ସକାଳ ବେଳା ଚାଲିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହାଦ୍ୱାରା ଦିନସାରା ଜଣେ ଦୂର୍ଭି ରୁହନ୍ତି । ସକାଳେ ଚାଲିବା ଦ୍ୱାରା ପେଟରୁ ଏମିତି ରସାୟନ ସବୁ ସ୍ରାବ ହୋଇଥାଏ, ଯାହା ମୁଡ୍ ଭଲ କରିବାରେ ସାହାଯ୍ୟ କରେ । ଏହାଦ୍ୱାରା ମେଟାବଲିଜିମ୍ ମଧ୍ୟ ମଜଭୁତ ହୋଇଥାଏ  । ସେହିଭଳି ସକାଳେ ଚାଲିବା ଦ୍ୱାରା ଶରୀର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଥାଏ  । ଯାହାଦ୍ୱାରା ହାଡ଼ ମଜଭୁତ ହୋଇଥାଏ ।
ଅନ୍ୟପକ୍ଷରେ ଜଣେ ସଂଧ୍ୟାବେଳେ ଚାଲିବା ଦ୍ୱାରା ଦିନସାରାର ଚାପ ଓ ଅବସାଦରୁ ମୁକ୍ତ ହୋଇଥାନ୍ତି । କେବଳ ସେତିକି ନୁହେଁ, ଏଥିଯୋଗୁଁ ଖାଦ୍ୟ ମଧ୍ୟ ଠିକ୍ ଭାବେ ହଜମ ହୋଇଥାଏ । ଚାଲିବା ସହ ଏହି ସମୟରେ ଜଣେ ଯଦି ବ୍ୟାୟାମ କରନ୍ତି, ଓଜନ ଶୀଘ୍ର ହ୍ରାସ ପାଇଥାଏ ।
ତେବେ ସକାଳେ ଓ ସଂଧ୍ୟାବେଳେ ଚାଲିବା ଦ୍ୱାରା ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ  । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ତେବେ ଜଣକର ଜୀବନଚର୍ଯ୍ୟା ଅନୁସାରେ ସେ ସକାଳେ କିମ୍ବା ସଂଧ୍ୟାବେଳେ ଚାଲିବେ, ତାହା ସ୍ଥିର କରିବା ଆବଶ୍ୟକ । ଅନେକ ଲୋକ ଶୀଘ୍ର ଉଠି ପାରନ୍ତି ନାହିଁ, ସେଥିପାଇଁ ସେମାନେ ସକାଳେ ଚାଲିପାରନ୍ତି ନାହିଁ । ତେବେ ସୁସ୍ଥ ରହିବା ପାଇଁ ଜଣେ ନିୟମିତ ଚାଲିବା ଦରକାର ।