ଉତ୍ଥାପାଙ୍କ ନାଁରେ ୱାରେଣ୍ଟ
ବେଙ୍ଗାଲୁରୁ: ଗିରଫ ହେବେ ପୂର୍ବତନ ଭାରତୀୟ କ୍ରିକେଟର୍ ରଭିନୁ୍ୟ ଉତ୍ଥାପା । ସେଣ୍ଟାଉର୍ସ ଲାଇଫ୍ ଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ୍ର ନିଦେ୍ର୍ଦଶକ ଥିବା ଉତ୍ଥାପା ତାଙ୍କ କମ୍ପାନୀ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (ପିଏଫ୍) ଟଙ୍କା ଡିପୋଜିଟ୍ କରିବାରେ ଅବହେଳା ଅଭିଯୋଗ ହୋଇଛି । ପ୍ରାୟ ୨୩ ଲକ୍ଷରୁ ଅଧିକ ଟଙ୍କା ଡିପୋଜିଟ୍ କରିବାରେ ଅବହେଳା କରାଯାଇଥିବା ପିଏଫ୍ କମିଶନର ସଦାଶ୍ରୀ ଗୋପାଲା ରେଡ୍ଡି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ପୁଲକେଶରୀ ନଗର ଥାନାକୁ ଚିଠି ଲେଖି ଜଣାଇବା ସହ କମ୍ପାନୀ ନିଦେ୍ର୍ଦଶକଙ୍କୁ ଗିରଫ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାକୁ ଆଧାର କରି ଉତ୍ଥାପାଙ୍କ ନାଁରେ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ଆଜି ପୁଲିସ୍ ତାଙ୍କୁ ଗିରଫ କରିବା ପାଇଁ ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚô ଥିଲା । କିନ୍ତୁ ଉତ୍ଥାପା ଏବେ ସପରିବାରେ ଦୁବାଇରେ ରହୁଥିବା ଯୋଗୁ ପୁଲିସ୍ ସେଠାରୁ ନିରାଶ ହୋଇ ଫେରିଛି । ସୂଚନାଯୋଗ୍ୟ ଉତ୍ଥାପାଙ୍କୁ ଦୁବାଇ ସରକାର ଗତ ମାର୍ଚ୍ଚ ୨୦୨୩ରେ ଗୋଲ୍ଡେନ୍ ଭିସା ଦେଇଛନ୍ତି । ଏଣୁ ୨୦୨୩ ପରଠାରୁ ସେ ସ୍ଥାୟୀ ଭାବେ ଦୁବାଇରେ ନିଜ ପତ୍ନୀ ଶୀତଲ ଗୌତମ ଓ ଦୁଇ ପିଲାଙ୍କ ସହ ରହୁଛନ୍ତି ।