କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ, ମାଟିରେ ମିଶିଲାଣି ନଳକୂପ
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ପିଏମଶ୍ରୀ ରାମଚନ୍ଦ୍ର ହାଇସ୍କୁଲ କ୍ୟାମ୍ପସ-୨ ର ମୁଖ୍ୟ ଫାଟକ ସମ୍ମୁଖରେ ଅବସ୍ଥିତ ନଳକୂପଟା ଦିର୍ଘ ଦିନ ଧରି ଅଚଳ ଅବସ୍ଥାରେ ପଡି ରହିଛି ।
ଏହାର ମରାମତି ଦିଗରେ ଖଣ୍ଡପଡା ଜନସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ନଜର ଦେଉ ନଥିବା ବେଳେ, ସମୟାନୁକ୍ରମେ ନଳକୂପଟି ମାଟିରେ ମିଶିବାର ଆଶଙ୍କା ପ୍ରକାଶ ପାଇଛି । ଏକଦା ଏହି ନଳକୂପର ପାଣି ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେଉଥିଲା । ନଳକୂପଟି ଅଚଳ ହୋଇ ପଡିଥିବାରୁ ଛାତ୍ରଛାତ୍ରୀମାନେ ସମୟ, ଅସମୟରେ ପାନୀୟଜଳ ମୁନ୍ଦାଏ ସଂଗ୍ରହ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଖଣ୍ଡପଡା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସେଥିପ୍ରତି ଦୃଷ୍ଟି ଦେଇ ଅଚଳ ଅବସ୍ଥାରେ ପଡି ରହିଥିବା ନଳକୂପଟିକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି ।