ଚିଲିକାରେ ଖଣ୍ଡିଆଭୂତ
ଭୁବନେଶ୍ୱର : ଚିଲିକା ହ୍ରଦରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଚିଲିକା ଭିତରେ ଘୂର୍ଣ୍ଣିବାତ୍ୟା ହେବାରୁ ପାଣି ବହୁ ଉପରକୁ ଉଠିଥିଲା । ଯାହାକୁ ଦେଖି ଅନେକ ତାଜୁବ୍ ହୋଇଯାଇଥିଲେ । ପ୍ରଥମ ଥର ପାଇଁ ଚିଲିକା ହ୍ରଦରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । କାଳିଜାଇ ମନ୍ଦିରର ଦକ୍ଷିଣ ପଶ୍ଚିମ ଦିଗରେ ଏଭଳି ବଡ଼ ଧରଣର ଘୂର୍ଣ୍ଣିବାତ୍ୟା ହୋଇଥିଲା । ଶହ ଶହ ପର୍ଯ୍ୟଟକ ଚିଲିକା ହ୍ରଦରେ ବୋଟ୍ ଚାଳନାର ମଜା ନେଉଥିବାବେଳେ ଏଭଳି ଦୃଶ୍ୟ ସେମାନଙ୍କ ମନରେ ଭୀତି ସଞ୍ଚାର କରିଥିଲା । ପାଣି ଘୂର୍ଣ୍ଣାୟମାନ ହୋଇ ବହୁ ଉଚ୍ଚକୁ ଉଠିବାରୁ ଅନେକ ନିରାପଦ ସ୍ଥାନକୁ ପଳାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଏହାକୁ ହାତୀଆଶୁଣ୍ଢ ବୋଲି କହୁଛନ୍ତି । ସାଧାରଣରେ ଏହାକୁ ଖଣ୍ଡିଆଭୂତ ବୋଲି କୁହାଯାଏ ।